ଭାରତ ଆସିଲା ଆତଙ୍କବାଦୀ ତହୱୁର ରାଣା: ପାଲାମ ବିମାନ ବନ୍ଦରରେ ସୁରକ୍ଷା କଡାକଡି

141

ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ମାଷ୍ଟରମାଇଣ୍ଡ ତହୱୁର ରାଣାଙ୍କୁ ଭାରତ ଅଣାଯାଇଛି। ପାଲାମ ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରୁ ତାକୁ ଏନଆଇଏ କାର୍ଯ୍ୟାଳୟକୁ ଅଣାଯିବ। ଦିଲ୍ଲୀର ପାଲାମ ବାୟୁସେନା ଷ୍ଟେସନ ବାହାରେ ସୁରକ୍ଷା କଡାକଡି କରାଯାଇଛି। ସୂଚନାନୁଯାୟୀ, ୨୦୦୮ମସିହା ନଭେମ୍ବର ମାସରେ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ମୁମ୍ବାଇର ତାଜ ହୋଟେଲରେ ୧୬୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଚାଲିଯାଇଥିଲା । ଯାହା ଫଳରେ ଦିଲ୍ଲୀର ଜାତୀୟ ତଦନ୍ତ ସଂସ୍ଥା(NIA) ତାଙ୍କ ବିରୁଦ୍ଧରେ ପ୍ରଥମେ ଷଡଯନ୍ତ୍ର ମାମଲା ରୁଜୁ କରିଥିଲେ । ତେବେ ଏହି ମାମଲା ସମ୍ବନ୍ଧୀୟ କୌଣସି ଅନୁସନ୍ଧାନ ପାଇଁ ମୁମ୍ବାଇ ପୋଲିସ ତାକୁ ହେପାଜତରେ ନେଇପାରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ପ୍ରତ୍ୟର୍ପଣ କାରଣ ଜଣାପଡିବା ପରେ ମୁମ୍ବାଇ ପୋଲିସ ଅଭିଯୁକ୍ତ ରାଣାକୁ ହେପାଜତକୁ ନେବା ସମ୍ପର୍କରେ ସ୍ପଷ୍ଟ ହେବ । ଆହୁରି ମଧ୍ୟ ସୂତ୍ରରୁ ପ୍ରକାଶ ପାଇଛି ଯେ, ରାଣାକୁ ନ୍ୟାୟିକ ପ୍ରକ୍ରିୟାରେ ପଚରାଉଚରା ପାଇଁ ସହରକୁ ସ୍ଥାନାସ୍ତର କରିଯିବା ସମ୍ପର୍କରେ ମୁମ୍ବାଇ ପୋଲିସ କୌଣସି ସୂଚନା ପାଇନାହିଁ । ପାକିସ୍ଥାନୀ- କାନାଡିୟ ନାଗରିକ ତହାୱୁର ରାଣାଙ୍କୁ ଆମେରିକାରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା(ଏଲଇଟି)କାର୍ଯ୍ୟକାରୀ ଏବଂ ୧୭୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ ଗୋଷ୍ଠୀକୁ ସାମଗ୍ରୀ ସହାୟତା ଯୋଗାଇବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Comments are closed, but trackbacks and pingbacks are open.