ଅସହ୍ୟ ଖରାରେ ସିଝୁଛି ରାଜ୍ୟ : ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ, ୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

58

ଭୁବନେଶ୍ୱର : ଅସହ୍ୟ ଖରାରେ ସିଝୁଛି ରାଜ୍ୟ। ଉପକୂଳରୁ ଉପାନ୍ତ ସବୁଠି ଖରାର ପ୍ରକୋପ । ୧୮ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର। ଭୀଷଣ ହିଟ ୱେଭ ନେଇ ଆଜି ୩ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ହିଟୱେଭ ନେଇ ୪ ଜିଲ୍ଲା ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ ଓ ସୋନପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ସମ୍ବଲପୁରର ତାପମାତ୍ରା ୩୭.୭ ଡିଗ୍ରୀ ପାର କରିଛି। ଆସନ୍ତାକାଲି ମଧ୍ୟ ସିଭିୟର ହିଟୱେଭ ନେଇ ୩ ଜିଲ୍ଲା ଝାରସୁଗୁଡ଼ା,ସମ୍ବଲପୁର ଓ କଳାହାଣ୍ଡିକୁ ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୪ ଜିଲ୍ଲା ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ ଓ ସୋନପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କାଲି ଉପକୂଳ ଓଡ଼ିଶାରେ ପ୍ରବଳ ଖରାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହିଟ ୱେଭ ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଦିନ ୨ଟା ୩୦ ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାତି । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୪୦.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed, but trackbacks and pingbacks are open.