ସରିଲା ମାଟ୍ରିକ ପରୀକ୍ଷା, ମେ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ ରେଜଲ୍ଟ

62

ଭୁବନେଶ୍ବର : ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୯ ରୁ ଆରମ୍ଭ ହେବ ଖାତା ଦେଖା । ରାଜ୍ୟର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଖାତା ଦେଖା କାମରେ ନିୟୋଜିତ ହେବେ । ମେ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶନ ନେଇ ବୋର୍ଡର ଲକ୍ଷ୍ୟ ରହିଛି । ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନରେ ଛାତ୍ରଛାତ୍ରୀମାନେ ତୃତୀୟ ଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି । ଗତ ଫେବୃଆରୀ ୨୧ ରୁ ରାଜ୍ୟର ୩୧୩୩ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଥିଲା । ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ୩୦ଟି ଜିଲ୍ଲାରେ ୩୧୪ ଟି ନୋଡାଲ ସେଣ୍ଟର ହୋଇଥିଲା । ୩୧୪ ନୋଡାଲ ସେଣ୍ଟର ଓ ୩୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଦେଖିବା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଥିବା ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ରୁମରେ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷାର ଅନୁଧ୍ୟାନ କରିଥିଲେ । ଏଥର ପରୀକ୍ଷାରେ ୩ ଟି ବିଷୟରେ ଡାଇନାମିକ କୋଡ଼ ରହିଥିଲା। ଡାଇନାମିକ କୋଡ଼ ସହିତ ୱାଟର ମାର୍କ ଓ କ୍ୟୁ ଆର କୋଡ଼ ମଧ୍ୟ ହୋଇଥିଲା । 

Comments are closed, but trackbacks and pingbacks are open.