ବାତ୍ୟା ‘ଗୁଲାବ’ କ୍ଷୟକ୍ଷତି ହୋଇ ନଥିବା ସମ୍ପର୍କ ରେ ସୂଚନା ଦେଲେ : ଏସ୍‌ଆରସି

31

ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ରାଜ୍ୟରେ ସେଭଳି ପ୍ରଭାବ ପକାଇନାହିଁ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବାତ୍ୟା ର ପ୍ରଭାବରେ ବିଶେଷ କ୍ଷୟକ୍ଷତି ହୋଇନାହିଁ।’ ଏହା ଆଉ ଦୁଇରୁ ତିନି ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ୪ଘଣ୍ଟା ମଧ୍ୟରେ ଏହା ପ୍ରଭାବ ଓଡ଼ିଶା ଉପରେ କମି ଯିବ। ବାତ୍ୟା ର ପ୍ରଭାବ ମାଲକାନଗିରିରେ ଅଧିକ କେନ୍ଦ୍ରିତ ହୋଇଛି । ବାତ୍ୟା ପ୍ରଭାବ ରେ କୌଣସି ସ୍ଥାନରେ ଝଡ଼ ତୋଫାନ ହୋଇନାହିଁ ଇ ଯେଉଁ ୭ଟି ଜିଲ୍ଲା ଉପରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଉଥିଲା,ସେହି ସବୁ ଜିଲ୍ଲାରେ ଅଳ୍ପ ବର୍ଷା ହେବା ସହ କମ୍‌ ପବନ ହୋଇଛି।
ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ୮୩ ମିମି, ମୋହନାରେ ୭୦, ଆର. ଉଦୟ ଗିରିରେ ୬୯, ଗୁମ୍ମାରେ ୬୮, ରାୟଗଡ଼ାରେ ୬୬ ଓ ପାରଳାଖେମୁଣ୍ଡିରେ ୬୦ ମିମି ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ସବୁଠୁ ଅଧିକ ୧୪୫ ମିମି ବର୍ଷା ରେକର୍ଡ ହୋଇଛି।
ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ବର୍ଷା ଓ ପବନ ଯୋଗୁ ସେଭଳି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ। ମାଲକାନଗିରି ଜିଲ୍ଲାରେ କିଛି ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିଥିଲା। ତାହାମଧ୍ୟ କଟାଯାଇ ସଫା କରି ଦିଆଯାଇଛି। ବିଜୟନଗରମରୁ କୋରାପୁଟ ରାସ୍ତାର ସୁଙ୍କି ଘାଟିରେ ଭୂସ୍ଖଳନ ହୋଇଛି। ଫଳରେ ରାସ୍ତା ବନ୍ଦ ହୋଇଯାଇଛି। ସେଠାରେ ଏବେ ବର୍ଷା ହେଉଛି। ବର୍ଷା ଛାଡ଼ିବା ପରେ ରାସ୍ତା ସଫା ହୋଇଯିବ।
ବାତ୍ୟା ପ୍ରଭାବରେ କିଛି ଅଘଟଣ ଘଟିନାହିଁ କି, ବଡ଼ ସମସ୍ୟା ହୋଇଥିବା ଖବର ଆମ ପାଖକୁ ଆସିନାହିଁ। ବାତ୍ୟା ପୂର୍ବରୁ ୪୬ ହଜାର ୭୫ ଜଣ ଲୋକଙ୍କୁ ୧୧୮୯ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ୫୩୩ ଜଣ ଗର୍ଭବତୀଙ୍କୁ ଆଶ୍ରୟସ୍ଥଳ, ପିଏଚ୍‌ସି ଓ ସିଏଚ୍‌ସିକୁ ନିଆଯାଇଥିଲା। ବାତ୍ୟା ‘ଗୁଲାବ’ ପ୍ରଭାବରେ କ’ଣ କ୍ଷୟକ୍ଷତି ହୋଇଛି, ତାର ରିପୋର୍ଟ ୫ ଦିନ ମଧ୍ୟରେ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ଏସ୍‌ଆରସି କହିଛନ୍ତି।

Leave A Reply

Your email address will not be published.