ଭୁବନେଶ୍ୱର, ୨୫ ।୨: ଇଣ୍ଡିଆ ଟ୍ରେକ୍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନରେ ଅଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ ଜ୍ଞାନର ଆଦାନ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କିଟ୍ ଓ କିସ୍ ବୁଲିବା ସହ ସେମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣୁଛନ୍ତି । ସେହିପରି ଇଣ୍ଡୋ-ଜାପାନ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ଜାପାନରୁ ମଧ୍ୟ ଏକ ପ୍ରତିନିଧିମଣ୍ଡଳ ୨୨ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କିଟ୍ ଓ କିସ୍ ପରିଦର୍ଶନ କରିଥିଲେ ।

ସେମାନେ ଓଡ଼ିଶାର କଳା, ସଂସ୍କୃତି, ସ୍ଥାପତ୍ୟ ଆଦି ସମ୍ପର୍କରେ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ । ଏହା ଛଡ଼ା ଉଭୟ ଦେଶର ଛାତ୍ରଛାତ୍ରୀମାନେ ନିଜ ନିଜ ଦେଶର କଳା, ସଂସ୍କୃତି ଆଦି ପ୍ରଦର୍ଶନ କରିଥିଲେ । ଉଭୟ ଦେଶର କଳା, ସଂସ୍କୃତି ଓ ସ୍ଥାପତ୍ୟ ନେଇ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି ସମୟ ମଧ୍ୟରେ ସେମାନେ ପୁରୀ, କୋଣାର୍କ ଭଳି ଓଡ଼ିଶାର ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ଓଡ଼ିଶାର କଳା ଓ ସ୍ଥାପତ୍ୟ ଉପରେ ପ୍ରତ୍ୟେକ୍ଷ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ । ସେହିପରି କିଟ୍ ଓ କିସ୍ର ଛାତ୍ରଛାତ୍ରୀମାନେ ଜାପାନ ଓ ହାର୍ଭାର୍ଡ ଛାତ୍ର ପ୍ରତିନିଧିଙ୍କଠାରୁ ସେମାନଙ୍କ ଦେଶର କଳା, ସଂସ୍କୃତି ବିଷୟରେ ଜାଣିବାକୁ ପାଇଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସ ପାଇଁ ସେମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Comments are closed, but trackbacks and pingbacks are open.