ଭୁବନେଶ୍ବର : ଆରମ୍ଭ ହୋଇଯାଇଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଗପୋଡ଼ମପେଟା ଗାଁଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ ରିଡେଲ କଇଁଛ ଅଣ୍ଡାଦାନ ପାଇଁ ଆସୁଥିବା ଦେଖିବାକୁ ମିଳୁଛି । ହଜାର ହଜାର ଅଲିଭ ରିଡେଲ କଇଁଛ ସମୁଦ୍ର ବେଳାଭୂମିକୁ ଆସି ଗଣଅଣ୍ଡାଦାନ କରୁଛନ୍ତି । ୭ ଦିନରେ ପ୍ରାୟ ୬ ଲକ୍ଷ ୪୧ ହଜାର ଅଲିଭ ରିଡଲେ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣଅଣ୍ଡାଦାନ ପୂର୍ବରୁ ପୁରୁଣାବନ୍ଧ ଠାରୁ ବଟେଶ୍ଵର ପର୍ଯ୍ୟନ୍ତ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଵା ସହ ବ୍ୟାରିକେଟ କରାଯାଇଛି । ସେପଟେ ରୁଷିକୁଲ୍ୟା ଏବଂ ଦେବୀ ନଦୀ ମୁହାଣରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡାଦାନ କରିଛନ୍ତି । ସୁରକ୍ଷିତ ଅଣ୍ଡାଦାନ ପାଇଁ ସମୁଦ୍ରପଥରେ ଚୋରା ମାଛ ଧରିବା ବନ୍ଦ ରଖାଯାଇଛି । ରୁଷିକୁଲ୍ୟାରେ ୬ ହଜାର୧୨୬ଟି ଗଠିତ ବସାରେ ୫ ଲକ୍ଷ ୫୧ ହଜାର ୨୩୮ଟି ଅଣ୍ଡାଦାନ କରିଛନ୍ତି । ରାଜ୍ୟ ମତ୍ସ୍ୟ ଓ ବନ୍ୟ ବିଭାଗ ସହଯୋଗରେ ଏହି ଅଭିଯାନ ୩୧ମେ ୨୦୨୫ ପର୍ଯ୍ୟନ୍ତ ଚାଲିବ । ସମୁଦ୍ରକୂଳ ଠାରୁ ୨୦ ଫାଦାନ ଦୂରରେ ମାଛ ମାରିବା ପାଇଁ ଅନୁମତି ମିଳିଛି । ସେମାନେ ବ୍ୟବହାର କରୁଥିବା ଜାଲରେ ଏକ ସ୍ବତନ୍ତ୍ର ମେସିନ ଲଗାଯାଇଛି । ଯାହାଦ୍ବାରା ଜାଲରେ ଅଲିଭ ରିଡ଼ଲେ କଇଁଛ ପଡ଼ିଲେ ତାହା ସଙ୍ଗେ ସଙ୍ଗେ ଜଣା ପଡିବ ଏବଂ ସେହି ସମୟରେ ଜାଲକୁ ତଳକୁ କରିହେବ ।
Comments are closed, but trackbacks and pingbacks are open.