ଭୁବନେଶ୍ବର ଏମ୍‌ସରେ ସିବିଆଇ ରେଡ୍‌

44

ଭୁବନେଶ୍ବର : ଏମ୍‌ସରେ ସିବିଆଇ ରେଡ୍‌। ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଜାଣିବାକୁ ପାଇବା ପରେ ଭୁବନେଶ୍ବର ଏମସ୍‌ରେ ହୋଇଛି ସିବିଆଇ ରେଡ୍‌। ବୁଧବାର ଭୁବନେଶ୍ବର ସିବିଆଇ ଟିମ୍‌ ପକ୍ଷରୁ ଏମ୍‌ସରେ ରେଡ କରାଯାଉଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଏମ୍‌ସରେ ନିଯୁକ୍ତି ସ୍କାମ୍ ନେଇ ଉଈଓ ରେଡ୍ କରୁଛି। ଏମ୍‌ସରେ ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଏ ନେଇ ସିବିଆଇ ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜଣାପଡିଥିଲା। ଆଉ ଏହି ମାମଲାରେ ଆଜି ସିବିଆଇ ରେଡ୍‌ କରୁଛି। ଭୁବନେଶ୍ବର ସିବିଆଇ ଟିମ୍ ପକ୍ଷରୁ ୯ ଜଣିଆ ଟିମ୍ ରେଡ୍‌ରେ ସାମିଲ ହୋଇଛନ୍ତି।

Comments are closed, but trackbacks and pingbacks are open.