ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ପଦ ପାଇଁ ଭାରତ କୁ ସମର୍ଥନ କଲେ ବାଇଡେନ

28

ଶୁକ୍ରବାର ହ୍ୱାଇଟ ହାଉସରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଉଭୟ ନେତା ଆତଙ୍କାବଦ, ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା, କରୋନା ଓ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥା ହୋଇଛନ୍ତି। ଏହି ସମୟରେ ରାଷ୍ଟ୍ରପତି ବାଇଡେନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଓ ଏନଏସ୍‌ଜିରେ ଭାରତକୁ ସାମିଲ କରିବା ପାଇଁ ଆମେରିକା ସମର୍ଥନ ଦେବ ବୋଲି ମୋଦିଙ୍କୁ ଅବଗତ କରାଇଛନ୍ତି। ସେହିପରି ୨୦୧୬ରୁ ଏନଏସଜିରେ ସାମିଲ ହେବାକୁ ଭାରତ ସହିତ ପାକିସ୍ତାନ ମଧ୍ୟ ସମାନ ଭାବେ ଆବେଦନ କରିଥିଲା ।
୨୦୨୧ ଅଗଷ୍ଟରେ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ବେଶ ଚମତ୍କାର ଢଙ୍ଗରେ କରିଥିବାରୁ ଏହାକୁ ମଧ୍ୟ ବାଇଡେନ ପ୍ରଶଂସା କରିଛନ୍ତି। ଭାରତ ଦୀର୍ଘ ଦିନ ହେଲାଣି ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ହେବାକୁ ପ୍ରୟାସ କରୁଛି। ହେଲେ ଏଯାଏ ଏହା ସମ୍ଭବ ହୋଇପାରି ନାହିଁ। ତେବେ ବର୍ତ୍ତମାନ ଆମେରିକା ଭାରତକୁ ସମର୍ଥନ କରିଥିବାରୁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଜାତିସଂଘ ସୁରକ୍ଷା ପରିଷଦରେ ବର୍ତ୍ତମାନ ୫ଟି ଦେଶ ସ୍ଥାୟୀ ସଦସ୍ୟ ଭାବେ କାମ କରୁଥିବା ବେଳେ ୧୦ଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଏହି ଅସ୍ଥାୟୀ ସଦସ୍ୟଙ୍କୁ ପ୍ରତି ୨ ବର୍ଷରେ ଥରେ ମିଳିତ ଜାତିସଂଘର ସାଧାରଣ ଆସେମ୍ୱ୍ଲି ପକ୍ଷରୁ ମୋନନୀତ କରିଥାଏ।

Leave A Reply

Your email address will not be published.