ମିଳିତ ଜାତିସଂଘର ସାଧାରଣ ସଭାରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଲେ ସ୍ନେହା ଦୁବେ

27

ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ମିଳିତ ଜାତିସଂଘର ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିଲେ I ସବୁଥର ଭଳି ଏଥର ମଧ୍ୟ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ଇମ୍ରାନ ଖାନ ଜାତିସଂଘ ସାଧାରଣ ଆସେମ୍ୱ୍ଲିରେ କଶ୍ମୀର ପ୍ରସଙ୍ଗ ଉଠାଇ କହିଥିଲା କି ଭାରତ ବେଆଇନ ଭାବେ କଶ୍ମୀରରେ ନିଜ ହକୁମାତି ଚଳାଉଛି ଓ ଲୋକଙ୍କ ମାନବାଧିକାର କ୍ଷୁଣ୍ଣ କରୁଛି ,ତେବେ ରାଇଟ୍ ଟୁ ରିପ୍ଲାଏ ଜରିଆରେ ସ୍ନେହା ଦୁବେ ଏହାର ଜବାବ ଦେଇଥିଲେ। ଭାରତର ପ୍ରଥମ ସଚିବ ହେଉଛନ୍ତି ସ୍ନେହା ଦୁବେ। ମିଳିତ ଜାତିସଂଘ ସାଧାରଣ ସଭା ସମ୍ମୁଖରେ ଭାରତ ପକ୍ଷରୁ ଉତ୍ତର ରଖିଥିଲେ ସ୍ନେହା । ସେ ବହୁତ ପ୍ରଭାବଶାଳୀ ଢଙ୍ଗରେ ଇମ୍ରାନ ଖାନଙ୍କୁ କାଶ୍ମୀର ପ୍ରସଙ୍ଗରେ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ, ଥିଲା ଏବଂ ରହିବ। ପାକିସ୍ତାନର ବେଆଇନ ଦଖଲରେ ଆଉ କିଛି ଅଞ୍ଚଳ ରହିଛି। ଏହାର ବେଆଇନ ଦଖଲରେ ଥିବା ସମସ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଆମେ ପାକିସ୍ତାନକୁ ଆହ୍ୱାନ କରୁଛୁ ବୋଲି ସ୍ନେହା କହିଛନ୍ତି । ସେ କହିଥିଲେ ଯେ ପ୍ରଥମଥର ପାଇଁ ଯେ ପାକିସ୍ତାନର ଜଣେ ନେତା ଜାତିସଂଘ ପ୍ଲାଟଫର୍ମ ବ୍ୟବହାର କରି ମୋ ଦେଶ ବିରୁଦ୍ଧରେ ମିଥ୍ୟା ପ୍ରଚାର କରୁଛନ୍ତି, ତାହା ନୁହେଁ। ବିଶ୍ୱର ସବୁ ପ୍ଲାଟଫର୍ମରେ ପାକିସ୍ତାନ ମିଥ୍ୟାର ପ୍ରଚାର କରି ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛି। ପାକିସ୍ତାନରେ ଆତଙ୍କବାଦୀମାନେ ମୁକ୍ତ ଭାବେ ବୁଲୁଥିବା ବେଳେ ସାଧାରଣ ଜନତା ବିଶେଷକରି ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଅତ୍ୟାଚାରର ଶିକାର ହେଉଛନ୍ତି। ତେବେ ଆଇଏଫଏସ ଅଫିସର ସ୍ନେହା ଦୁବେଙ୍କ ଏହି ଦୃଢକ୍ତି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଟ୍ୱିଟର ଠାରୁ ଫେସବୁକ୍ ପର୍ଯ୍ୟନ୍ତ ଲୋକମାନେ ଏହି ଶକ୍ତିଶାଳୀ ମହିଳା ଅଧିକାରୀଙ୍କ ବିଷୟରେ ଖୋଜିବା ଆରମ୍ଭ କରିଦେଲେଣି।
ଏହି ଶକ୍ତିଶାଳୀ ମହିଳା ସେହ୍ନା ଦୁବେ ୨୦୧୨ ବ୍ୟାଚ୍ ଆଇଏଫଏସ୍ (ଭାରତୀୟ ବୈଦେଶିକ ସେବା) ଅଧିକାରୀ। ସେ ଗୋଆରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ। ଏହା ପରେ ସେ ପୁଣେର ଫର୍ଗୁସନ୍ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଏବଂ ଶେଷରେ ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରୁ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ରୁ ତାଙ୍କର ଏମ୍‌ଫିଲ୍ କରିଥିଲେ।

ସ୍ନେହା ପ୍ରଥମ ପ୍ରୟାସରେ ହିଁ ୟୁପିଏସ୍‌ସି କ୍ଲିୟର କରିଥିଲେ। ଆଇଏଫଏସ ହେବା ପରେ ସେ ପ୍ରଥମେ ବୈଦେଶିକ ମନ୍ତ୍ରଣାଳୟରେ ନିଯୁକ୍ତି ପାଇଥିଲେ।୨୦୧୪ରେ ସେ ମାଦ୍ରିଦରେ ଥିବା ଭାରତୀୟ ଦୂତାବାସରେ ସ୍ନେହା ତୃତୀୟ ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ଜାତିସଂଘ ସାଧାରଣ ପରିଷଦରେ ଭାରତ ପ୍ରଥମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.