କରୋନା ସଂକ୍ରମିତ ବ୍ୟକ୍ତି ଯଦି ଆତ୍ମହତ୍ୟା କରିଥାନ୍ତି କରୋନା ମୃତ୍ୟୁ ରେ ଗଣାହେବ

0 143

କରୋନା ସଂକ୍ରମିତ ବ୍ୟକ୍ତି ଯଦି ଆକ୍ରାନ୍ତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥାନ୍ତି,ଏହା କରୋନା ରେ ମୃତ୍ୟୁ ବୋଲି ଗଣାହେବ I ଏହି ଅନୁସାରେ ତାଙ୍କ ପରିବାର କୁ ସମସ୍ତ ସରକାରୀ ସାହାଯ୍ୟ ଓ ସୁବିଧା ପ୍ରଦାନ କରାଯିବ I ଏ ସମ୍ପର୍କରେ କେନ୍ଦ୍ର ସରକାର ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ରେ ଦେଇଥିବା ସତ୍ୟପାଠ ରେ ଏହା ଉଲ୍ଲେଖ କରିଛନ୍ତି I ସତ୍ୟପାଠ ଅନୁଯାୟୀ ମୃତ ସଂକ୍ରମିତ ବ୍ୟକ୍ତି ଙ୍କ ନିକଟ ସମ୍ପର୍କୀୟ ଙ୍କୁ କେନ୍ଦ୍ର ସରକାର ଙ୍କ ଘୋଷଣା ଅନୁଯାୟୀ କରୋନା ସହାୟତା ରାଶି ପ୍ରଦାନ କରାଯିବ I କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ପୂର୍ବର ମୃତ୍ୟୁ ପ୍ରମାଣ ପତ୍ର ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ନୂଆ ନିୟମ ଅନୁସାରେ କରୋନା ମୃତ୍ୟୁ ପ୍ରମାଣ ପତ୍ର ଦିଆଯିବ Iଏ ସଂକ୍ରାନ୍ତ ରେ କେନ୍ଦ୍ର ର ସହାୟତା ରାଶି ଘୋଷଣା କୁ ସୁପ୍ରିମକୋର୍ଟ ପ୍ରସଂଶା କରିଛନ୍ତି I

Leave A Reply

Your email address will not be published.