ଏଥର ବଜେଟରେ ଏ ସବୁ ହେଲା ମହଙ୍ଗା, ଅନେକ ଜିନିଷ ଶସ୍ତା

67

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ଜିନିଷର ଦାମ୍ ବଢ଼ାଯାଇଛି । ଆସନ୍ତୁ ଜାଣିବା କ’ଣ ହେଲା ମହଙ୍ଗା ଓ କ’ଣ ହେଲା ଶସ୍ତା ।

ବଜେଟ୍ ୨୦୨୫ରେ ଫ୍ଲାଟ୍ ପ୍ୟାନେଲ ଡିସପ୍ଲେ, ଟିଭି ଡିସପ୍ଲେ ଏବଂ ଫ୍ୟାବ୍ରିକକୁ ମହଙ୍ଗା କରାଯାଇଛି ।

ଏ ସବୁ ହେଲା ଶସ୍ତା:

-ଜୀବନରକ୍ଷାକାରୀ ଔଷଧ
-୩୬ ଔଷଧ ଉପରୁ ସୀମା ଶୁଳ୍କ ଛାଡ଼ ନେଇ ଘୋଷଣା
-ଏଲଇଡି, ଏଲସିଡି, ଟିଭି ଓ ମେଡ଼ିକାଲ ଉପକରଣ
-କ୍ୟାନସର ଔଷଧ
-ମୋବାଇଲ ଫୋନ୍, ଲିଥିୟମ୍ ଆୟନ ବ୍ୟାଟେରୀ
-ଚମଡା ପୋଷାକ
-ବୈଦ୍ୟୁତିକ ଉପକରଣ
-ବ୍ୟାଟେରୀ କାର

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରିଛନ୍ତି ସୀତାରମଣ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ।

Comments are closed, but trackbacks and pingbacks are open.