ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ପର୍ଯ୍ୟଟନ ଶିଳ୍ପକୁ ଫୋକସ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପର୍ଯ୍ୟଟନ ବିକାଶ ପାଇଁ ୨୦ ହଜାର କୋଟି ବ୍ୟୟବରାଦ କରାଯାଇଛି । ଡେଷ୍ଟିନେସନ ଟୁରିଜିମକୁ ଅଧିକ ଗୁରୁତ୍ୱ ଦିଆଯିବ । ୫୦ଟି ଟୁରିଷ୍ଟ ସାଇଟର ବିକାଶ କରାଯିବ । ମେଡିକାଲ ଟୁରିଜିମକୁ ଅଧିକ ଗୁରୁତ୍ୱ ଦିଆଯିବ । ସେହିପରି ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି । ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୧ ଗିଗା ୱାଟ ପରମାଣୁ ଶକ୍ତି ଉପôାଦନ ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ନୁ୍ୟକ୍ଲିର ଏନର୍ଜି ମିଶନ ପ୍ରତିଷ୍ଠା କରାଯିବ । ନ୍ୟୁକ୍ଲିର ଏନର୍ଜି ମିଶନ ପାଇଁ ୨୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି । କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉତ୍ପାଦନ କରାଯିବ । ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶହେବ । ମଡିଫାଏଡ ଉଡ଼ାଣ ସ୍ମିମ ଲାଗୁ ହେବ । ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ । ବିହାର ପାଟନାରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
Comments are closed, but trackbacks and pingbacks are open.