ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ

28

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ । ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ନେଇ ବୈଠକ ହେବ ।ଏହି ବୈଠକ ପାଇଁ ଦେଶର ସବୁ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି । ୨୬ରେ ମାଓ ମୁକାବିଲା ବୈଠକ ହେବାକୁ ଥିବା ବେଳେ ଏଥିରେ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଆସନ୍ତା ମଙ୍ଗଳବାର ଦିନ ମୁଖ୍ୟ ମନ୍ତ୍ରୀଙ୍କର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି I

Leave A Reply

Your email address will not be published.