ମହନ୍ତ ନରେନ୍ଦ୍ର ଗିରିଙ୍କ ସୁସାଇଡ ନୋଟ ର ଆସିଲା ଫୋରେନସିକ ରିପୋର୍ଟ : ତଦନ୍ତ ଆରମ୍ଭ କଲା ସିବିଆଇ

27

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ତଥା ବାଘମ୍ବରୀ ମଠ ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ର ଏବେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି I ଏହଂତିରୁ ସ୍ପଷ୍ଟ ହୋଇଛି ଯେ ଏହା ଆତ୍ମହତ୍ୟା ନ ହୋଇ ଏକ ଯୋଜନାବଦ୍ଧ ହତ୍ୟା I ଏଥିରେ ତାଙ୍କ ବେକରେ ‘ଭି’ ଆକାରରେ ଚିପା ଦାଗ ରହିଥିବା ରିପୋର୍ଟ ରୁ ସୂଚନା ମିଳିଛି I ରିପୋର୍ଟ ମୁତାବକ ମୃତ୍ୟୁ ର କାରଣ ଶ୍ବାସରୁଦ୍ଧ ବୋଲି ଜଣାପଡିଛି I ମୃତ୍ୟୁ ର କାରଣ ନେଇ ଖୋଳତାଡ ଜାରି ରଖିଛି ଉତ୍ତରପ୍ରଦେଶ ପୁଲିସ । ମହନ୍ତ ଙ୍କ ମୋବାଇଲ ରୁ ଏକ ଭିଡିଓ ମିଳିଛି I ଏ ନେଇ ପୋଲିସ ଅଦାଲତ କୁ ସୂଚନା ଦେଇଛି I ଭିଡିଓ ରେ ତିନି ଅଭିଯୁକ୍ତ ,ଆନନ୍ଦ ଗିରି ,ଆଦ୍ୟା ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀ ର ନା ନେଇଥିଲେ ମହନ୍ତ I ହେଲେ ମହନ୍ତ ନରେନ୍ଦ୍ର ଗିରି ବଦନାମ ଭୟରେ ନିଜେ ଆତ୍ମହତ୍ୟା କରୁଛନ୍ତି ବୋଲି ଏକ ସୁସାଇଡ ନୋଟରେ ଲେଖିଛନ୍ତି I ଏବେ ସୁଇସାଇଡ ନୋଟର ଫରେନସିକ ରିପୋର୍ଟ ଆସିସାରିଛି । ରିପୋର୍ଟ ଅନୁସାରେ ଏହି ସୁସାଇଡ ନୋଟ ମହନ୍ତ ଙ୍କ ହାତ ଲେଖା ନୁହେଁ ବୋଲି ଜଣା ପଡିଛି I ଏ ପରିକି ମହନ୍ତ ପିଛିଲା ୨୦ ବର୍ଷ ଧରି କୌଣସି ଲେଖାଲେକି କରୁ ନ ଥିଲେ I ଆଉ ଏହାପରେ ପୋଲିସର ସନ୍ଦେହ ଆହୁରି ବଢିଯାଇଛି । ତେବେ ଆସନ୍ତୁ ଜାଣିବା କଣ କହୁଛି ସୁଇସାଇଡ ନୋଟର ଫରେନ୍ସିକ ରିପୋର୍ଟ ।
ସୁଇସାଇଡ୍ ନୋଟକୁ ଦୁଇଟି ଭିନ୍ନ ତାରିଖରେ ଲେଖାଯାଇଛି ।୧୩ ସେପ୍ଟେମ୍ବରକୁ କଳା କଲମରେ ଓ ୨୦ ତାରିଖ ନୀଳ କଲମରେ
ସୁଇସାଇଡ୍ ନୋଟର ପ୍ରତି ପେଜରେ ଦସ୍ତଖତ କରାଯାଇଛି, ସୁଇସାଇଡ୍ ନୋଟରେ ତାଙ୍କ ଶରୀରକୁ କେଉଁଠି ସମାଧୀ ଦିଆଯିବ ଲେଖାଯାଇଛି, କେଉଁ ଶିଷ୍ୟ ପାଖରେ କେଉଁ କକ୍ଷର ଚାବି ରହିଛି ତାହା ଚିଠିରେ ଲେଖାଯାଇଛି ତେବେ ଆତ୍ମହତ୍ୟା କରିବା ପାଇଁ ଜଣେ ଏତେ ପୂର୍ବରୁ କାହିଁକି ଯୋଜନା କରିବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ I
ସତରେ କଣ ଏ ଚିଠି ମହନ୍ତ ଲେଖିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହି ସମ୍ବେଦନଶୀଳ ଘଟଣା ର ଉତ୍ତର ପ୍ରଦେଶର ସରକାର ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଆଜି ସିବିଆଇ ଗୋଟିଏ ଟିମ୍‌ ଗଠନ କରିଛି। ଏଥିସହ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଏଫଆଇଆର ରୁଜୁ କରିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସିବିଆଇର ୬ ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରି ଦିଲ୍ଲୀରୁ ପ୍ରାୟଗରାଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ସେଠାରେ ପହଞ୍ଚି ପୁଲିସ୍‌ ଠାରୁ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ଦସ୍ତାବିଜ ହାସଲ କରିବା ପରେ ତଗଦାନତ ରେ ଅଗ୍ରସର ହେବେ I

Leave A Reply

Your email address will not be published.