ବାହାରେ ଥିବା ମହିଳା ବି ପାଇବେ ‘ସୁଭଦ୍ରା’ ଟଙ୍କା

49

ଭୁବନେଶ୍ୱର: ସୁଭଦ୍ରା ଆବେଦନ ନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି । ଜିଲ୍ଲା ଭିତ୍ତିକ ସମୀକ୍ଷାକୁ ନେଇ ଶ୍ରୀମତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବି ବହୁତ ମହିଳା ରହୁଛନ୍ତି । ଯେଉଁମାନେ ସୁଭଦ୍ରାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି । ସେମାନଙ୍କୁ ଅନୁରୋଧ, ସେମାନେ ଜଲଦି ଆବେଦନ କରନ୍ତୁ । ରାଜ୍ୟ ସରକାର ସେମାନଙ୍କୁ ବି ଟଙ୍କା ଦେବେ । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ବରରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ଏହାଫଳରେ ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କାର ପ୍ରଥମ କିସ୍ତି ଯାଇଥିଲା।

Comments are closed, but trackbacks and pingbacks are open.