ଭୁବନେଶ୍ୱର କୋର୍ଟରେ ବଢ଼ିଲା ସଂକ୍ରମଣ: ୩ ଦିନ ପାଇଁ ହେଲା ସିଲ୍

23

କରୋନା ସଂକ୍ରମଣ ଯୋଗୁଁ ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ପାଇଁ ସିଲ୍ ହେଲା । କୋର୍ଟର ୧୫ ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟ ତିନି ଦିନ ବନ୍ଦ ରହିବ। ଏହାସହ କୋର୍ଟ ପରିସରରେ ଥିବା ବାର୍ ଆସୋସିଏସନ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡିଛି । ତେବେ ଆଜିଠୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କୋର୍ଟ ପରିସର ବନ୍ଦ ରହି ୨୭ ତାରିଖରେ କ୍ୟାମ୍ପ୍ ଖୋଲାଯାଇ ସବୁ କର୍ମଚାରୀଙ୍କ RTPCR ଟେଷ୍ଟ କରାଯିବା ନେଇ ସୂଚନା ରହିଛି

Leave A Reply

Your email address will not be published.