ସରକାରୀ ନୁହେଁ ‘ପିଏମ କେୟାର୍ସ ଫଣ୍ଡ’

31

ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରିକାଳୀନ ସହାୟତା ପାଣ୍ଠି ‘ ପିଏମ କେୟାର୍ସ’ ଭାରତ ସରକାରଙ୍କ ପାଣ୍ଠି ନୁହେଁ କି ଏହା ଦ୍ୱାରା ଏକତ୍ର ହେଉଥିବା ଧନ ଭାରତର ଏକଭୂତ ପାଣ୍ଠିକୁ ଯାଏନି। ଟ୍ରଷ୍ଟ ସ୍ୱଚ୍ଛତାର ସହ କାମ କରୁଛି ଓ ଭାରତ ସରକାରଙ୍କ କଣ୍ଟ୍ରୋଲର ଅଡିଟର ଜେନେରାଲଙ୍କ ଦ୍ୱାରା ପ୍ରସ୍ତୁତ ପାନେଲର ଚାର୍ଟାଡ ଆକାଉଣ୍ଟାଣ୍ଟ ଏହାର ଅଡିଟ୍ କରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, PM CARES ପାଣ୍ଠିକୁ ସୂଚନା ଅଧିକାର ଅଧିକାର (ଆରଟିଆଇ) ଅଧିନିୟମ ଅଧୀନରେ ଅଣାଯାଇପାରିବ ନାହିଁ କିମ୍ବା ଏହାକୁ ଏକ ‘ପବ୍ଲିକ ଅଥରିଟି’ ଭାବରେ ତାଲିକାଭୁକ୍ତ କରାଯାଇପାରିବ ନାହିଁ।

ପିଏମ କେୟାର୍ସରେ ହନରାରି କାର୍ଯ୍ୟକରୁଥିବା ପିଏମଓଙ୍କ ଅଣ୍ଡରସେକ୍ରେଟାରୀ ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟା ବିଚାରପତି ଜଷ୍ଟିସ୍ ଡି.ଏନ.ପଟେଲ ଓ ଜଷ୍ଟିସ୍ ଅମିତ ବଂଶଲଙ୍କ ପୀଠରେ ଏହି ଆଫିଡେଭିଟ ଦାଖଲ କରିଛନ୍ତି। ସମ୍ୟକ ଗଙ୍ଗୱଲାଙ୍କ ପିଟିସନ ଆଧାରରେ ହାଇକୋର୍ଟଙ୍କ ଦ୍ୱାରା ଜାରି ନୋଟିସ୍‌ର ଏହି ଜବାବ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟରେ ଗଙ୍ଗୱାଲ ଦାଖଲ କରିଥିବା ପିଟିସନରେ ପିଏମ କେୟାର୍ସ ସମ୍ବିଧାନ ଅନୁଯାୟୀ ‘ସରକାରୀ’ ଘୋଷଣା ଲାଗି ନିବେଦନ କରାଯାଇଛି, ଯାହା ଦ୍ୱାରା ଏହାର କାର୍ଯ୍ୟପ୍ରଣାଳୀର ପାରଦର୍ଶିତା ରହିପାରିବ ବୋଲି ସେ ନିବେଦନରେ ଅନୁରୋଧ କରିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୨୭ରେ ହେବ।

(ଫୋଟୋ ସୌଜନ୍ୟ :ଇଣ୍ଟରନେଟ)

Leave A Reply

Your email address will not be published.