ଆରବିଆଇ ନୂଆ ନିୟମ ଅନୁସାରେ ଚିରାଫଟା ନୋଟ କୁ ବ୍ୟାଙ୍କ ରେ ବଦଳା ଯାଇପାରିବ

30

ଆରବିଆଇ ନୂଆ ନିୟମ ଅନୁସାରେ ଆପଣଙ୍କ ନୋଟ ଚିରିଯାଇଥିଲେ ଆପଣ ଏହାକୁ ବ୍ୟାଙ୍କରେ ବଦଳାଇପାରିବେ । ଯଦି ଆପଣଙ୍କ ନୋଟ ଚିରିକି ଏହାର କିଛି ଅଂଶ ହଜିଯାଇଥିବା ତେବେ ବି ଏହାକୁ ଆପଣ ଏକ୍ସଚେଞ୍ଜ କରିପାରିବେ । ସେହିପରି ଯଦି ଗୋଟେ ନୋଟର ପୂରା ଅଂଶ ଫାଟି ଯାଇଥିବ, କିମ୍ବା ପୋଡିଯାଇଥିବ ତେବେ ଏଭଳି ନୋଟକୁ ଆରବିଆଇ ଇସ୍ୟୁ ଅଫିସରେ ବଦଳାଇ ପାରିବେ ।
ଆପଣଙ୍କ ନୋଟର ସ୍ଥିତି ଏହା ସ୍ଥିର କରିଥାଏ କି ଆପଣଙ୍କୁ ପୂରା ଟଙ୍କା ମିଳିବ ନା ନାହିଁ । ଅଳ୍ପ ଅଳ୍ପ ଚିରାଫଟା ନୋଟରେ ଆପଣଙ୍କୁ ମିଳିବ ପୂରା ଟଙ୍କା । ଯଦି ଆପଣଙ୍କ ନୋଟର ଅଧିକ ଅଂଶ ଚିରି ଯାଇଛି ତେବେ ଏହାର କିଛି ପ୍ରତିଶତ ଟଙ୍କା ଆପଣଙ୍କୁ ମିଳିଥାଏ ।
ଆରବିଆଇର ୨୦୧୭ ଏକ୍ସଚେଞ୍ଜ କରେନ୍ସି ନୋଟ ନିୟମ ଅନୁଯାୟୀ, ଯଦି ଆପଣଙ୍କୁ ଏଟିଏମରୁ ଚିରାଫଟା ନୋଟ ମିଳିଥାଏ ତେବେ ତାକୁ ଆପଣ ବଦଳାଇ ପାରିବେ । ଏହାସହ ଏଭଳି ଚିରାଫଟା ନୋଟକୁ ବ୍ୟାଙ୍କମାନେ ମଧ୍ୟ ନେଇପାରିବେ । କୌଣସି ବ୍ୟାଙ୍କ ଏହାକୁ ନେବାକୁ ମନାକରିପାରିବେ ନାହିଁ ।

Leave A Reply

Your email address will not be published.