ମହତାବ ରାଷ୍ଟ୍ରବାଦୀ ନେତା ଥିଲେ: ରାଷ୍ଟ୍ରପତି

63

ଭୁବନେଶ୍ୱର:ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଗୁରୁବାର ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।  ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଯୋଗଦେଇ ମହତାବଙ୍କ ସ୍ମୃତିଚାରଣ କରିଛନ୍ତି । ଏହାଛଡ଼ାସେ କହିଛନ୍ତି ଯେ ‘ ମୁଁ କଲେଜ ପଢ଼ୁଥିବାବେଳେ ମହତାବଙ୍କୁ ଦେଖିଥିଲି । ଆଜିର ଦିନରେ ତାଙ୍କ ନାମରେ ଡାକ ଟିକଟ ଉନ୍ମୋଚନ କରି ମୁଁ କୃତଜ୍ଞ । ପ୍ରଜାତନ୍ତ୍ରରେ ଗାଁ ମଜଲିସ ଲେଖା ପଢ଼ି ବହୁ ଅନୁପ୍ରାଣିତ ହୋଇଥିଲି । ମହତାବ ଛାତ୍ର ଜୀବନରୁ ସ୍ୱତନ୍ତ୍ରତା ଆନେ୍ଦାଳନରେ ସାମିଲ ହୋଇଥିଲେ । ଜେଲ ଯାଇ ଜେଲକୁ ସ୍ୱତନ୍ତ୍ର ଅଧ୍ୟୟନ କେନ୍ଦ୍ରରେ ପରିଣତ କରିଥିଲେ । ମହତାବଙ୍କ ନେତାଜୀ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ମନୋନୀତ କରିଥିଲେ । ଦେଶକୁ ଏକଜୁଟ କରିବା ପାଇଁ ମହତାବଙ୍କ ଅବଦାନ ଅତୁଳନୀୟ ।  ହୀରାକୁଦ ଡ୍ୟାମ ନିର୍ମାଣ କରି ସେ ରାଜ୍ୟକୁ ସ୍ୱାବଲମ୍ବୀ କରିପାରିଥିଲେ । ହୀରାକୁଦ ପାଇଁ ବନ୍ୟା ନିୟନ୍ତ୍ରଣ,  ବିଦୁ୍ୟତ ଉପôାଦନ ଓ ଜଳସେଚନ ସମ୍ଭବ ହେଲା । ଭୁବନେଶ୍ୱରକୁ ରାଜଧାନୀ କରିବା ଓ ନନ୍ଦନକାନନ ପ୍ରତିଷ୍ଠାରେ ତାଙ୍କର ବଳିଷ୍ଠ ଅବଦାନ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି । 

Comments are closed, but trackbacks and pingbacks are open.