ରାଜ୍ୟ ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସକ ସଂଘର କର୍ମକର୍ତ୍ତା ନିର୍ବାଚନ

66

ଭୁବନେଶ୍ବର : ରାଜ୍ୟ ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସକ ସଂଘର କର୍ମକର୍ତ୍ତା ନିର୍ବାଚନ I ଗତ ରବିବାର ଦିନ ଭୁବନେଶ୍ୱର ଠାରେ ରାଜ୍ୟ ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସର୍ବ ସମ୍ମତି କ୍ରମେ ଡାକ୍ତର ସରୋଜ କୁମାର ସାହୁ ସଭାପତି ଏବଂ ଡାକ୍ତର ପର୍ଶୁରାମ ଖଟୁଆ ସମ୍ପାଦକ ଭାବେ ପୁନଃର୍ବାର ନିର୍ବାଚିତ ହୋଇଛନ୍ତି। ଏଥି ସହିତ ବୈଷୟିକ କମିଟି ଅଧ୍ୟକ୍ଷ ଭାବେ ଡାକ୍ତର କମଳାକାନ୍ତ ନାୟକ, ଯୁଗ୍ମ ସମ୍ପାଦକ ଭାବରେ ,ଡାକ୍ତର ରଶ୍ମିରଞ୍ଜନ ମହାରଥା ଏବଂ ଡାକ୍ତର ଅବନ୍ତୀ ଦାସମହାପାତ୍ର ମନୋନୀତ ହୋଇଥିବାବେଳେ ଡାକ୍ତର ରଣଜିତ୍ ପଟ୍ଟନାୟକଙ୍କୁ ସର୍ବ ସହମତି କ୍ରମେ ଗଣମାଧ୍ୟମ ସଂଯୋଜକ ଭାବରେ ମନୋନୀତ କରାଯାଇଅଛି।

ଏହି ବୈଠକରେ ଆଗାମୀ ଜାନୁଆରୀ ୨୧ ତାରିଖ ବାର୍ଷିକ ଉତ୍ସବ ଅବସରରେ ଅୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ସମ୍ମିଳନୀ ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରାଯାଇ ବିଭିନ୍ନ କମିଟି ମାନ ଗଠନ କରାଯାଇଥିଲା। ଏଥିରେ
ରାଜ୍ୟ ର କୋଣ ଅନୁକୋଣରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଡାକ୍ତର ଯୋଗଦାନ କରିଥିଲେ।

Comments are closed, but trackbacks and pingbacks are open.