କୋଭିଡ ଗାଇଡ଼ ଲାଇନ ମଧ୍ୟରେ ଆଜିଠୁ ଯୁକ୍ତ୩ ଦ୍ୱିତୀୟ ବର୍ଷ ଅଫ ଲାଇନ ପାଠ ପଢ଼ା

30

କରୋନା ସଂକ୍ରମଣ ଯୋଗୁଁ ସାରା ରାଜ୍ୟ ରେ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଅନଲାଇନ ମଧ୍ୟରେ ହେଉଥିଲା ଇ ବର୍ତ୍ତମାନ ଅଗଷ୍ଟ ମାସ ଠାରୁ କରନା ସଂକ୍ରମଣ ହ୍ରାସ ପାଇବା ପରେ ଯୁକ୍ତ୩ ଦ୍ବିତୀୟ ବର୍ଷ ତଥା ୨୦୨୦-୨୧ ଶିକ୍ଷାବର୍ଷର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅଫଲାଇନ ବା ଶ୍ରେଣୀଗୃହ ପାଠପଢ଼ା ଆଜିଠୁ ଆରମ୍ଭ ହେବ । କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯିବ । ମାସ୍କ ପିନ୍ଧିବାକୁ ବା‌ଧ୍ୟତାମୂଳକ କରାଯାଇଛି । କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ରହିଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ ନାହିଁ ।
ନିୟମିତ ବ୍ୟବଧାନରେ ହ୍ୟାଣ୍ଡୱାସ୍‌ ତଥା ବିଶୋଧନ, କ୍ଲାସରୁମ୍‌, ଲାଇବ୍ରେରି, ଲାବରେଟୋରି ଆଦି ସ୍ଥାନରେ ସାମାଜିକ ଦୂରତା ଉପରେ ପ୍ରାଥମିକତା ଦିଆଯିବାକୁ କୁହାଯାଇଛି। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି। କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକକୁ ରୁମାଲରେ ଘୋଡ଼ାଇବାକୁ ପରାମର୍ଶ ଦିଆଯାଇଛି। ଅସୁସ୍ଥତା ଅନୁଭବ କଲେ କର୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି। ସେହିପରି କ୍ୟାମ୍ପସରେ ଆଇସୋଲେସନ ରୁମ୍‌ ପ୍ରସ୍ତୁତ ରଖିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.