ମୁକୁଳା ଡ୍ରେନରେ ଭାସି ଯାଇଥିବା ଛାତ୍ର ଙ୍କ ୧୮ଘଣ୍ଟା ପରେ ମିଳିଲା ମୃତଦେହ

29

ଗତ କାଲି ରାଜଧାନୀ ଭୁବନେଶ୍ୱରର ଶତାବ୍ଦୀ ନଗର ସ୍ଥିତ ମୁକୁଳା ଡ୍ରେନ ରୁ ଭାସିଯାଇଥିବା ୧୦ମ ଶ୍ରେଣୀ ଛାତ୍ର ଙ୍କ ମୃତଦେହ ମିଳିଛି I ୧୮ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ର ଅକ୍ଲାନ୍ତ ପରିଶ୍ରମ ପରେ ମିଳିଛି ଏହି ଦୁଃଖଦ ଖବର।
ରବିବାର ଦିନ ପ୍ରବଳ ବର୍ଷାଯୋଗୁଁ ଡ୍ରେନ ଉଛୁଳି ଯାଇ ରାସ୍ତା ଆଉ ପାଣି ଏକାକାର ହେଇଯାଇଥିଲା I ଫଳରେ ଦିନ ୨ ଟା ବେଳେ ନାବାଳକ ଜଣକ ଟ୍ୟୁସନ୍ ସାରି ସାଇକେଲରେ ବରମୁଣ୍ଡା ପାଲାମଣ୍ଡପ ଘରକୁ ଅପରାହ୍ନରେ ଫେରୁଥିବାବେଳେ ଡ୍ରେନ ଭିତରକୁ ଖସିପଡିଥିଲେ I ପରେ ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଯାଏ ଖୋଜା ଖୋଜି ଉଦ୍ୟମ କରିଥିଲେ । ତେବେ ଡ୍ରେନ ନିକଟରୁ ସାଇକେଲ ଉଦ୍ଧାର ହୋଇଥିଲେ ମଧ୍ୟ ନାବାଳକର କୌଣସି ସନ୍ଧାନ ମିଳିପାରିନଥିଲା ।
ଗତକାଲି ରାତି ଅଧିକ ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜି ସକାଳୁ ପୁଣିଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ। ଶେଷରେ ଆଜି ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ନାଳ ନିକଟରେ ଜ୍ୟୋତିଙ୍କ ମୃତଦେହ ଠାବ ହୋଇଥିଲା ।

Leave A Reply

Your email address will not be published.