ଭୁବନେଶ୍ବର: ପାଖେଇ ଆସୁଛି ଝାଡ଼ଖଣ୍ଡ ନିର୍ବାଚନ ତାରିଖ । ଆଜିଠାରୁ ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ବିଜେପି ପାଇଁ ଝାରଖଣ୍ଡରେ ନିର୍ବାଚନ ପ୍ରଚାର କରିବେ । ଏହାସହ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଝାଡଖଣ୍ଡ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି । ଝାଡଖଣ୍ଡ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହାକୁ ନେଇ ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ବିଜେପି ନେତା । ଝାରଖଣ୍ଡର ବିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଶେଷ କରି ଝାଡଖଣ୍ଡର ଯେଉଁ ୧୮ଟି ବିଧାନସଭା କ୍ଷେତ୍ରରେ ଓଡ଼ିଆ ଭାଷାଭାଷୀ ଲୋକ ଅଛନ୍ତି । ସେଠାରେ ପ୍ରଚାର କରିବେ ରାଜ୍ୟ ବିଜେପି ନେତୃତ୍ଵ ।
Comments are closed, but trackbacks and pingbacks are open.