ଖେଳ ପରିଚାଳନା ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମନମୁଖୀ କାର୍ଯ୍ୟ

176

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦ୍ଵାରା ୧୯ ବର୍ଷରୁ କମ୍ ପିଲମାନଙ୍କ ପାଇଁ ଖେଳ ଆୟୋଜନରେ ବହୁ ତ୍ରୁଟି ଦେଖିବାକୁ ମିଳୁଛି । ପୂର୍ବରୁ ଧାର୍ଯ୍ୟ ତାରିଖ ଅନୁସାରେ ଖେଳ ହେଉ ନାହିଁ। ଏହା ଏକ ପୂର୍ବ ସୁନିୟୋଜିତ ପ୍ଲାନ୍ କରା ଯାଇଛି କି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ମାନେ ଖେଳ ରେ ଭାଗ ନେବାକୁ ବଞ୍ଚିତ ହେଉଛନ୍ତି। ଖେଳ ସଂକ୍ରାନ୍ତୀୟ ଚିଠି ସମୟର ବାହାରୁ ନାହିଁ। ସୁନିୟୋଜିତ ଭାବରେ ଚିଠି କୁ ଦେରି ରେ ପ୍ରକାଶ କରା ଯାଉଛି। ଖେଳ ପରିଚାଳନା ଓ ଆୟୋଜନ କରିବା ପାଇଁ ଯୋଉ ଅନୁଦାନ କଲେଜ୍ କୁ ପ୍ରଦାନ କରିବା କଥା ସେଇଟା ଭି ଠିକ୍ ସମୟରେ କରା ଯାଉନାହିଁ। ଅନୁଦାନ ର ମାତ୍ରା ଏତେ କମ କି ସେତିକି ଅନୁଦାନ ରେ ଭଲ ଭାବରେ ଖେଳ ପରିଚାଳନା କରିବା ସମ୍ଭବପର ନୁହେଁ । ଜାଣି ସୁଣି ହିନ୍ଦୁ ପର୍ବ ପର୍ବାଣୀ ଦିନରେ ଖେଳର ଆୟୋଜନ କରିବା କାରଣରୁ ବିଦ୍ୟାର୍ଥୀ ମାନେ ଖେଳରେ ଭାଗ ନେଉ ନାହାନ୍ତି। ପବିତ୍ର ଦୀପାବଳୀ ଉତ୍ସବ ରେ ଜୁନାଗଡ଼, କଳାହାଣ୍ଡି ରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ଏବଂ ଓଡ଼ିଆ ମାନଙ୍କର ବଡ଼ ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଦିନ ୟୁ ଏନ୍ ମହାବିଦ୍ୟାଳୟ, ଅଡସ୍ପୂର୍ ରେ ଦୌଡ଼ କୁଦ ପ୍ରତିଯୋଗିତା କରିବାକୁ ମସୁଧା ଚାଲିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଖେଳ ପରିଚାଳନା ବିଭାଗ ରେ କେହି ଖେଳ ଶିକ୍ଷକ ନାହାନ୍ତି ଏବଂ ଏହି କାରଣରୁ ଖେଳ ପରିଚାଳନା ରେ ବହୁ ତ୍ରୁଟି ଦେଖିବାକୁ ମିଳୁଛି। ଖେଳ ବାବଦରେ ପିଲା ମାନଙ୍କ ଠାରୁ ସ୍ପୋର୍ଟସ ଫି ବାବଦରେ ଯୋଉ ଅର୍ଥ ଆଦାୟ ହେଉଛି ତାହାର ୧୦ ପ୍ରତିଶତ ମଧ୍ୟ ଖର୍ଚ୍ଚ କରୁ ନାହାନ୍ତି। ଶ୍ରୀମତୀ ଶୁଭ୍ରବାଲା ବେହେରା, ସେକ୍ରେଟାରୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଶ୍ରୀମତୀ ରସ୍ମିରେଖା ଅମାନ୍ତଙ୍କ, ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାରେ ଏହି ଖେଳ ପରିଚାଳନା ହେଉ ଅଛି। ଓଡ଼ିଶା ପ୍ରଶାସନିକ ସେବାର ଏହି ଦୁଇ ବରିଷ୍ଠ ଅଧିକାରୀ ଓ କିଛି ଅସାଧୁ କିରାଣି ଏହି ଖେଳ ଗୁଡ଼ିକ ଯୋଜନାବଦ୍ଧ ଭାବେ ଭଣ୍ଡୁର କରୁଛନ୍ତି। ଓଡ଼ିଶା ଭଳି ଏକ ଗରିବ ରାଜ୍ୟ ରେ ଯୋଉ ମାନଙ୍କୁ ଖେଳର ପ୍ରଚାର ଓ ପ୍ରସାରର ଦାୟିତ୍ୱ ଦିଆ ଗଲା ସେମାନେ ଏହି ଦାୟିତ୍ୱ କୁ ପୁରା କରିବାରେ ବିଫଳ ହେଉଛନ୍ତି। ଆଜି ନୁହେଁ ବିଗତ କିଛି ବର୍ଷରୁ ଏହି ଆଚରଣ ଦେଖିବାକୁ ମିଳୁଛି। ପିଲାମାନଙ୍କ ଠାରୁ ଆଦାୟ କରିଥିବା ସ୍ପୋର୍ଟସ ଫି କୁ ପିଲାମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ଏତେ କୁଣ୍ଠା କାହିଁକି। କୋଟି କୋଟି ଟଙ୍କା ଏହି ଖେଳ ଦେୟ ରୁ ରୋଜଗାର କରିବା ପରେ ପିଲା ମାନଙ୍କ ପାଇଁ କୌଣସି କୋଚିଂ ବା ଟ୍ରେନିଂ କ୍ୟାମ୍ପ ର ବେବସ୍ଥା ନାହିଁ। ରାଷ୍ଟ୍ରୀୟ ସ୍ତରରେ ଖେଳକୁ ଗଲା ବେଳେ ପିଲା ମାନଙ୍କୁ ନିମ୍ନ ମାନର ପୋଷାକ ଯୋଗେଇ ଦିଆ ଯାଇଛି। ବିନା ରିସର୍ଭସନ ରେ ଖେଳାଳି ଟ୍ରେନ ରେ ଯାତ୍ରା କରୁଛନ୍ତି। ବରିଷ୍ଠ ଅଧିକାରୀ ମାନଙ୍କ ଏହି କାର୍ଯ୍ୟକଳାପ ପାଇଁ ଆଜି ଓଡ଼ିଶାରେ ଖେଳ ଏତେ ପଛେଇ କି ଅଛି। ଯୋଉ ଭଳି ବିଭିନ୍ନ ବିଶ୍ଵ ବିଦ୍ୟାଳୟ,  ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ରେ ଏନ୍ ଏସ ଏସ, ରେଡ୍ କ୍ରସ ପାଇଁ ଅଧିକାରୀ ନିଯୁକ୍ତ ହୋଇଛନ୍ତି ସେହି ଭଳି ଯଦି ଖେଳର ସାମଗ୍ରିକ ବିକାଶ ଚାହୁଁଛନ୍ତି ତାହେଲେ କ୍ରୀଡ଼ା ବିଭାଗ ରେ କ୍ରୀଡ଼ା ଅଧିକାରୀ ଦ୍ଵାରା ଖେଳ ପରିଚାଳନା କରିବା ଦରକାର। ଅନ୍ୟଥା ସରକାରଙ୍କ ଖେଳକୁ ଆଗେଇ ନେବାର ସବୁ ପ୍ରୟାସ ବିଫଳ ହେବା ନିଶ୍ଚିତ।

Comments are closed, but trackbacks and pingbacks are open.