ଅକ୍ଟୋବର ରୁ ହେବ ଭାରତୀୟ ରେଳରେ ନୂଆ ଟାଇମ ଟେବୁଲ

30

ପତ୍ୟେକ ବର୍ଷ ଭାରତୀୟ ରେଳ ଅକ୍ଟୋବର ମାସରେ ଟାଇମ ଟେବୁଲରେ ପରିବର୍ତ୍ତନ କରିଥାଏ । ହେଲେ କରୋନା ମହାମାରୀ ପାଇଁ ଗତ ବର୍ଷ ଏହା ହୋଇନଥିଲା । ହେଲେ ଏହି ଅକ୍ଟୋବର ମାସରେ ରେଲୱେ ନୂଆ ଟାଇମ ଟେବୁଲ ଜାରି କରିବ । ଆଉ ଏହା ମଧ୍ୟମରେ ଭାରତୀୟ ରେଲୱେ ଦୁଇଟି ସେବା ବନ୍ଦ କରିବାକୁ ଯାଉଛି । ସେଗୁଡିକ ହେଉଛି -ଲିଙ୍କ ଏକ୍ସପ୍ରେସ ଓ ସ୍ଲିପ କୋଚ କମ କରିବା ର ପ୍ରସ୍ତୁତି

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରେଲୱେ ଲିଙ୍କ ଏକ୍ସପ୍ରେସ ଓ ସ୍ଲିପ କୋଚକୁ କମ କରିବାକୁ ଯୋଜନା କରୁଛି । ଏହା ଲାଗୁ ହେବା ପରେ ରେଲୱେକୁ ଆଉ ଟ୍ରେନରେ ଏକ୍ସଟ୍ରା କୋଚ ଲଗାଇବାକୁ ଓ ହଟାଇବାକୁ ପଡିବ ନାହିଁ । ଏହାଦ୍ୱାରା ସମୟ ବଞ୍ଚିବା ସହ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚି ପାରିବ । ଏହା ପ୍ରଥମେ ଉତ୍ତର ରେଲୱେରୁ ଆରମ୍ଭ ହେବ ।
ଲିଙ୍କ ଏକ୍ସପ୍ରେସର ଅର୍ଥ ଯେତେବେଳେ ଅଲଗା ଅଲଗା ରୁଟରୁ ଆସୁଥିବା ଟ୍ରେନ ଗୋଟିଏ ଷ୍ଟେସନରେ ଏକାଠି ହୋଇଥାନ୍ତି । ଆଉ ସେଠାରୁ ପୁଣି ଗୋଟିଏ ସ୍ଥାନ ପାଇଁ ବାହାରିବେ ତାହାକୁ ଲିଙ୍କ ଏକ୍ସପ୍ରେସ କୁହାଯାଏ । ଆଉ ଯେତେବେଳେ ସେହି ଟ୍ରେନ ପୁଣି ସେହି ଷ୍ଟେସନକୁ ଫେରିଆସେ ଆଉ ସେଠାରୁ ପୁଣି ଅଲଗା ହୋଇ ଅଲଗା ଅଲଗା ରୁଟରେ ଚାଲିଯାଏ ତାକୁ ସ୍ଲିପ କୋଚ କୁହାଯାଏ ।

Leave A Reply

Your email address will not be published.