ଆମେରିକା ଉପରେ ଅଲକାଏଦା ବିପଦ, କରିପାରେ ଆକ୍ରମଣ :ଆମେରିକା ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା

31

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ଅଲକାଏଦା ବିପଦ ହୋଇ ଆମେରିକା ଆଗରେ ଉଭା ହୋଇଛି Iତାଲିବାନ ଦ୍ୱାରା ଅଲକାଏଦା ପୁଣିଥରେ ନିଜ ସଂଗଠନକୁ ଦୃଢ କରିବ । ଏବଂ ଆମେରିକା ଉପରେ ପ୍ରତିଶୋଧ ନେବାକୁ ଚାହିଁବ I
ଆମେରିକା ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ର ସୂଚନା ଅନୁସାରେ ଏଜେନ୍ସିର ନିର୍ଦ୍ଦେଶକ ସ୍କଟ ବେରିଅର କହିଛନ୍ତି, ଅଲକାଏଦା ନିଜକୁ ପୁଣିଥରେ ସଶକ୍ତ କରିବା ଆରମ୍ଭ କରିଛି। ଆଫଗାନରେ ନିଜର ସଂଗଠନକୁ ସୁଦୃଢ଼ କରି ଅଲକାଏଦା ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆମେରିକା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।
ଆମେ ଏବେ ଆଫଗାନରୁ ସବୁ ପ୍ରକାରର ସୂଚନା ପୁଣିଥରେ ହାସଲ କରିବାକୁ ପ୍ରୟାସ କରୁଛୁ। ପୂର୍ବରୁ ଆମେ ଯେଉଁଭଳି କାମ କରୁଥିଲୁ ଏବେ ସେହି ଆଧାରରେ କାମ କରୁଛୁ। କିନ୍ତୁ ଆମକୁ ସବୁ କିଛି ବେଶ ସତର୍କତାର ସହ କରିବାକୁ ପଡ଼ିବ। କାରଣ ଆମକୁ ତଥ୍ୟ ଦେଉଥିବା ଲୋକଙ୍କ ପ୍ରତି ମଧ୍ୟ ଆଫଗାନରେ ବିପଦ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି।
ସିଆଇଏ ନିର୍ଦ୍ଦେଶକ ଡାଭିଡ କୋହେନ ମଧ୍ୟ ଆଫଗାନକୁ ତାଲିବାନ ଦଖଲ କରିବା ପରେ ଅଲକାଏଦା ସକ୍ରିୟ ହୋଇ ଉଠିଥିବା କହିଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ଆମେରିକା ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅଲକାଏଦା ପକ୍ଷରୁ ୨୦୦୧ରେ ଆମେରିକା ଉପରେ ବିଶ୍ୱର ସବୁଠାରୁ ବଡ଼ ଆତଙ୍କୀ ହମଲା ହୋଇଥିଲା। ଏଥିରେ ପ୍ରାୟ ୩ ହଜାର ଲୋକଙ୍କ ଜୀବନ ଯାଇଥିଲା। ଏହାପରେ ଆମେରିକା ଅଲକାଏଦା ବିରୋଧରେ ଯୁଦ୍ଧ ଡାକରା ଦେଇ ଆଫଗାନରେ ପ୍ରବେଶ କରିଥିଲା।
ଶେଷରେ ଅଲକାଏଦା ମୁଖ୍ୟ ଓସାମା ବିନ ଲାଡେନକୁ ପାକିସ୍ତାନର ଅବୋଟ୍ଟାବାଦରେ ସର୍ଜିକାଲ ଷ୍ଟ୍ରାଇକରେ ଖତମ କରିଥିଲା।

Leave A Reply

Your email address will not be published.