ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୨୪ ଘଣ୍ଟିଆ କାର୍ଯ୍ୟ କରିବେ ସରକାର, ଲକ୍ଷ୍ୟ ଜିରୋ କାଜୁଆଲିଟି

50

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାତ୍ୟା ‘ଦାନା’ ପାରାଦୀପରୁ ସାଗର ଦ୍ବୀପ ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଏସଆରସି ।

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସବୁ ବିଭାଗ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି, ସ୍ବାସ୍ଥ୍ୟ ବିଭାଗ ତୟାର। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଗୁଆ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି। ପୋଜିସନ ନେଲେଣି ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀ। ବାତ୍ୟା ସମୟରେ ଏବଂ ବାତ୍ୟା ପରବର୍ତ୍ତୀ ସ୍ଥିତିର ପରିଚାଳନା ପାଇଁ ୨୪ ଘଣ୍ଟିଆ କାର୍ଯ୍ୟ କରିବେ ସରକାର। ଲକ୍ଷ୍ୟ ଜିରୋ କାଜୁଆଲିଟି ।

ବାତ୍ୟା ମୁକାବିଲା ପାଇଁ ସବୁ ବିଭାଗରେ ଜୋରସୋର ପ୍ରସ୍ତୁତି । ତୁହାକୁ ତୁହା ବୈଠକ । ମୁଖ୍ୟ ଶାସନ ସଚିବ, ଏସଆରସି ବୈଠକ ନେଇ ସାରିଲେଣି । ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀମାନଙ୍କ ସମୀକ୍ଷା । ଲକ୍ଷ୍ୟ ଜିରୋ କାଜୁଆଲଟି । ବାତ୍ୟା ସୂଚନା ମିଳିବା ଦିନରୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ସରକାର ୨୪ ଘଣ୍ଟିଆ କାର୍ଯ୍ୟ କରିବେ । ଜିଲ୍ଲାପାଳମାନେ କଣ କରିବେ, ସେ ନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯିବ । ଘରେ ପାଣି ପହଞ୍ଚିବା ପୂର୍ବରୁ ଲୋକେ ଆଶ୍ରୟସ୍ଥଳୀରେ ପହଞ୍ଚିବେ । ସବୁ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି । ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀ ପୋଜିସନ ନେଇ ସାରିଲେଣି । ରନ୍ଧାଖାଦ୍ୟ ଦେବାକୁ ଏଜେନ୍ସୀ ଗୁଡ଼ିକର ପ୍ରସ୍ତୁତି ସରିଛି ।

Comments are closed, but trackbacks and pingbacks are open.