ଓଡିଶା ପ୍ରତି କେନ୍ଦ୍ର ସରକାର ଙ୍କ ସହାୟତା ଯୋଜନା

33

ପୂର୍ବ ଭାରତରେ ଓଡିଶାକୁ ବିକାଶର ପ୍ରୟୋଗଶାଳା କରିବାକୁ ଯୋଜନା କରିଥିବା ମୋଦି ସରକାର ସେହି ଦିଗରେ ଅଗ୍ରସର ହେଉଛନ୍ତି । ବିଭିନ୍ନ ସମୟରେ ଓଡିଶାକୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ସହିତ ମହାମାରୀ କରୋନା ସମୟରେ ଓଡିଶାକୁ ଅଗ୍ରାଧିକାର ଭିତ୍ତିରେ ସହାୟତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମମାନ ହାତକୁ ନେଇ ରାଜ୍ୟକୁ ଆଗକୁ ବଢାଇବାରେ ପ୍ରୟାସ ଜାରି ରଖିଛନ୍ତି ।
ମହାମାରୀ କରୋନାରେ ଓଡିଶା କବଳିତ ଥିବା ସମୟରେ ଓଡିଶାକୁ ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ମହାମାରୀ ସମୟରେ ରାଜ୍ୟକୁ ୩୮୮ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ରାଜ୍ୟ ସରକାରଙ୍କୁ ଦିଆଯାଉଥିବା କେନ୍ଦ୍ରୀୟ କର ଏବଂ ସେବାର ସେୟାରରେ ପ୍ରାୟ ୧୧୮.୭ ପ୍ରତିଶତ ବୃଦ୍ଧି କରାଯାଇଛି । ୧୩ ତମ ଅର୍ଥ କମିସନରେ ଯେଉଁଠି ୬୯,୩୧୬ କୋଟି ଟଙ୍କା ରାଜ୍ୟକୁ ମିଳୁଥିଲା ତାହା ୧୪ ତମ ଅର୍ଥ କମିସନରେ ୧ ଲକ୍ଷ ୮୪ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୧୫ତମ ଅର୍ଥ କମିସନ୍‌ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଙ୍କୁ ୨୨୫୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଙ୍କୁ ୧୦୮୭ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦେଇଥିଲେ ।
ଦ୍ରବ୍ୟ ଏବଂ ସେବା କର ଦ୍ବାରା ମଧ୍ୟ ଲାଭବାନ୍‌ ହୋଇଛି ଓଡିଶା । ୧୭ଟି କର ଏବଂ ୨୩ ସେସ୍‌କୁ ହଟାଯାଇ ଗୋଟିଏ ଜିଏସ୍‌ଟି ଲାଗୁହେବା ପରେ ଓଡିଶା ସରକାର ମୋଟ ୧୪,୧୧୩୬ କୋଟି ଟଙ୍କାର ଲାଭ ପାଇଛନ୍ତି । ଡିଏମ୍‌ଏଫ୍‌ ଜରିଆରେ ଓଡିଶା ଦେଶର ଅନ୍ୟ ରାଜ୍ୟଙ୍କ ତୁଳନାରେ ଅଧିକ ଲାଭାନ୍ବିତ ହୋଇଛି । ମୋଟ ୧୧,୩୨୬.୫୬ କୋଟି ଟଙ୍କା ପିଏମ୍‌ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାରେ ରାଜ୍ୟକୁ ମିଳିଛି ।
ସେହିପରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାର ଓଡିଶାକୁ ସହାୟତା ପ୍ରଦାନ କରିଆସୁଛନ୍ତି । ୨୦୨୦-୨୧ରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ଜରିଆରେ ୪୧୩୦ କୋଟି ଟଙ୍କାର ରିଲିଫ୍‌ ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ ୨୧୩୯ କୋଟି ଟଙ୍କାର ସହାୟତା ରାଶି ଦିଆଯିବା ସହ ନେସନାଲ ଡିଜାଷ୍ଟର ରିଲିଫ୍‌ ଫଣ୍ଡରୁ ମଧ୍ୟ ୪୯୧୪.୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ରାଜ୍ୟର କୃଷକମାନଙ୍କ ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ମୋଟ ୩୭୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କ୍ରୟ କରାଯାଇଛି ଏବଂ ଏଥିପାଇଁ ମୋଟ ୬୦,୫୯୪ କୋଟି ଟଙ୍କା ରାଜ୍ୟର ଚାଷୀଙ୍କୁ ଦିଆଯାଇଛି । ପ୍ରଧାନମନ୍ତ୍ରୀ କିଷାନ୍‌ ଯୋଜନାରେ ପ୍ରତି ୩ ମାସରେ ରାଜ୍ୟର ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କାର ସହାୟତା ରାଶି ଦିଆଯାଉଛି । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୦.୫୪ ଲକ୍ଷ ଚାଷୀଙ୍କୁ ୩୨୭୪.୨୧ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦.୯୪ ଲକ୍ଷ ଚାଷୀଙ୍କ ପାଇଁ ୪୪୨୪.୮୫ କୋଟି ଟଙ୍କାର ବୀମା ରାଶି ସୁନିଶ୍ଚିତ କରାଯାଇଛି ।
ନେସନାଲ ବାମ୍ବୋ ମିସନ୍‌ ପାଇଁ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜାତୀୟ ଗୋକୁଲ ମିସନ ଜରିଆରେ ୫୧.୮୧ କୋଟି ଟଙ୍କା ନିବେଶ କରିଛନ୍ତି କେନ୍ଦ୍ର ସରକାର । ବାଜପେୟୀଙ୍କ ସରକାର ସମୟରେ ରାଜ୍ୟରେ ମୋଟ ୧୬୦୦ କିମିର ଜାତୀୟ ରାଜପଥ ନିର୍ମାଣ କରାଯାଇଥିବା ବେଳେ କଂଗ୍ରେସ ସରକାର ସମୟରେ ତାହା ଖସିଆସି ୧୩୫୮ କିମି ରାଜପଥ ତିଆରି ହୋଇଥିଲା । ମୋଦି ସରକାରଙ୍କ କଥା କହିବାକୁ ଗଲେ ମାତ୍ର ୫ ବର୍ଷ ମଧ୍ୟରେ ୮୧୬ କିମି ଜାତୀୟ ରାଜପଥ ତିଆରି କରାଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ମୋଟ ୧୬,୬୭୪ କିମି ରାସ୍ତା ନିର୍ମାଣ ହୋଇଛି ଯେଉଁଥି ପାଇଁ କେନ୍ଦ୍ର ସରକାର ୯୬୮୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
୨୦୨୦-୨୧ ରେଳ ବଜେଟ୍‌ରେ ଓଡିଶାକୁ ୪୩୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୦୧୪-୧୯ ମଧ୍ୟରେ ରେଳ ବଜେଟ୍‌ ପାଇଁ ମୋଟ ୨୦,୧୩ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୋଦି ସରକାର । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ନବୀକରଣ ପାଇଁ ୭୫୨.୩୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ୧.୮୦ କୋଟି ମୂଦ୍ରା ଲୋନ୍‌ ପ୍ରଦାନ କରାଯାଇଛି ଯେଉଁଥିରେ ୫୪୫୯୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ରାଜ୍ୟର ୧୦ଟି ଜିଲ୍ଲାରେ ସାମାଜିକ ବିକାଶ କାର୍ଯ୍ୟ ତ୍ବରାନିତ କରାଯାଇଛି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭.୩୯ ଲକ୍ଷ ଏଲ୍‌ପିଜି ସଂଯୋଗ ଦିଆଯାଇଛି । ୨୦୧୪ ମସିହାରେ ୧୯.୬ ଲକ୍ଷରୁ ୨୦୨୧ ମସିହାରେ ୯୦.୩ ଲକ୍ଷରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୪-୧୫ ମସିହା ଠାରୁ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୯.୧୬ ଲକ୍ଷ ଘର ତିଆରି ହୋଇଛି ଯେଉଁଥି ପାଇଁ ୨୩,୬୯୬କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କେନ୍ଦ୍ର ସରକାର । ଓଡିଶାବାସୀଙ୍କ ପାଇଁ ଏହିସବୁ ଯୋଜନା କେନ୍ଦ୍ର ସରକାର ଦେଇଛନ୍ତି I

Leave A Reply

Your email address will not be published.