ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତ୍ତି ମୃତ

104

ଭୁବନେଶ୍ବର :ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତ୍ତି ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଛତିଶଗଡ଼ରେ। ମୃତ ଦମ୍ପତିଙ୍କକ ଘର କାମାକ୍ଷାନଗର ମହାବୀରୋଡ ଥାନା ରଗଡ଼ାସାହିରେ। ସେମାନେ ହେଲେ ଦୁର୍ୟ୍ୟୋଧନ ମହାନ୍ତ ଓ ପତ୍ନୀ ଭାରତୀ ମହାନ୍ତ।। ଦୁର୍ୟ୍ୟୋଧନ ଛତିଶଗଡ଼ରେ ଡ୍ରାଇଭର ଭାବରେ କାମ କରୁଥିଲେ। ଗତକାଲି ଘରେ ଲୁଗା ଶୁଖାଇବା ବେଳେ ପ୍ରଥମେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଦୁର୍ୟ୍ୟୋଧନ ପତ୍ନୀ ଭାରତୀ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଦୁର୍ୟ୍ୟୋଧନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଉଭୟଙ୍କୁ ପାଖ ପଡ଼ୋଶୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଉଭୟଙ୍କ ମୃତଦେହ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Comments are closed, but trackbacks and pingbacks are open.