ମୋଦିଙ୍କୁ ୭୧ ଟି ଗୋଲାପଫୁଲ ତୋଡ଼ା ଦେଇ ଜନ୍ମଦିନ ର ଶୁଭେଚ୍ଛା ଜଣାଇଲେ ଶେଖ ହସିନା

31

ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୧ ତମ ଜନ୍ମଦିନ କୁ ସାରା ଦେଶରେ ପାଳନ କରିଛି I ଏହି ତାରିଖ ୧୭.୦୯.୨୧(ଜନ୍ମଦିନ )ଟିକୁ ସ୍ମରଣୀୟ କରିବା ପାଇଁ ବିଜେପି ‘ସେବା ଓ ସମର୍ପଣ’ ଅଭିଯାନ ଆରମ୍ଭ କରିଛି । ଏହି ଅବସରରେ ଦେଶରେ ୨କୋଟି ର ରେକର୍ଡ ସଂଖ୍ୟକ ଟିକାକରଣ ହୋଇପାରିଛି । ମୋଦି ତାଙ୍କ ଜନ୍ମଦିନରେ ନେତା, ରାଜନେତା, କଳାକାର, ସେଲିବ୍ରିଟି ଓ ଅନେକ ପ୍ରଶଂସକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ମୋଦି ରାଜନୈତିକ ପଦବୀ ରେ ରହିବାର ୨୦ ବର୍ଷ ପୁରା କରିବେ। ସେ ୨୦୦୧ ଅକ୍ଟୋବର ୭ରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଅଛନ୍ତି।

ମୋଦିଙ୍କ ଜନ୍ମଦିନ ଅବସରରେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମୋଦିଙ୍କୁ ୭୧ ତମ ଜନ୍ମଦିନରେ ୭୧ ଗୋଲାପ ବିଶିଷ୍ଟ ଫୁଲତୋଡ଼ା ପଠାଇ ଶୁଭେଚ୍ଛା ଜଣାଇଛନ୍ତି I ଦୁଇଦେଶ ଇତିହାସରେ ଏହି ୭୧ ସଂଖ୍ୟାର ବିଶେଷ ମହତ୍ତ୍ୱ ରହିଛି। କାରଣ ଭାରତ ସାହାଯ୍ୟରେ ହିଁ ବାଙ୍ଗଲାଦେଶ ୧୯୭୧ରେ ସ୍ୱାଧୀନତା ପାଇଥିଲା ଓ ବିଶ୍ୱ ମାନଚିତ୍ରରେ ନୂଆ ନାମ ପାଇଥିଲା। ପୂର୍ବ ପାକିସ୍ତାନରୁ ଅଲଗା ହୋଇ ବାଙ୍ଗଲାଦେଶ ଗଠନ ହୋଇଥିଲା। ଏଥିରେ ଭାରତର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା Iପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୨ ତାରିଖ ଆମେରିକା ଗସ୍ତରେ ଯାଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ସହିତ ତଥା ନ୍ୟୁୟର୍କରେ ଶେଖ ହସିନାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି I କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ବାଇଡେନ ଙ୍କ ପ୍ରଥମ ସାକ୍ଷାତକାର I

Leave A Reply

Your email address will not be published.