ଦିଲ୍ଲୀ ଗଲେ ଆଇଜି ଏସ୍. ସାଇନି

51

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ  ଓଡ଼ିଶାର ଜଣେ ୩୪ ବର୍ଷୀୟା ମହିଳା ଦୁଷ୍କର୍ମର ଶିକାର  ହୋଇଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଗମ୍ଭୀରତାର ସହ ନେଇଛନ୍ତି । ମହିଳା ଓ ଶିଶୁ  ଅପରାଧ ନିରାକରଣ ଶାଖାର ଆଇଜି ଏସ୍‌.ସାଇନିଙ୍କୁ ରାଜ୍ୟ ସରକାର ତୁରନ୍ତ ଦିଲ୍ଲୀ ପଠାଇଛନ୍ତି । ଶ୍ରୀମତୀ ସାଇନି ସେଠାରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବେ । ଏହା ବ୍ୟତୀତ ଦିଲ୍ଲୀ  ପୁଲିସ ସହ ଉପଯୁକ୍ତ ସମନ୍ୱୟ ରଖି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜ୍ୟ ପୁଲିସ ପକ୍ଷରୁ ସମସ୍ତ  ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ବିଷୟରେ ଡିଜିପି ୱାଇ.ବି. ଖୁରାନିଆ ଦିଲ୍ଲୀ  ପୁଲିସ୍‌ କମିଶନରଙ୍କ ସହ କଥା ହୋଇଛନ୍ତି । ପୀଡ଼ିତାଙ୍କ  ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି । ତାଙ୍କ ପରିବାର ଲୋକଙ୍କ ସହ  ମଧ୍ୟ ଓଡ଼ିଶା ପୁଲିସ୍‌ ଯୋଗାଯୋଗରେ ରହିଛି । ଡିଜିପି  କହିଛନ୍ତି, କେମିତି ପୀଡ଼ିତା ଓ ତାଙ୍କ ପରିବାର ଲୋକ ଓଡ଼ିଶା  ଆସିବେ ସେ ନେଇ ସବୁ ବ୍ୟବସ୍ଥା କରାଯିବ ।  ଦିଲ୍ଲୀ ପୁଲିସ୍‌ଠାରୁ ମିଳିଥିବା ସୂଚନା ମୁତାବକ,  ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର ଦୁଷ୍କର୍ମ  କରାଯାଇଥିଲା । ଶନିବାର ଭୋର ପ୍ରାୟ ୩.୩୦ରେ ପୁଲିସ୍‌  ମହିଳାଙ୍କ ସମ୍ପର୍କରେ ସୂଚନା ପାଇଥିଲା । ପୁଲିସ୍‌ ତୁରନ୍ତ  ପହଞ୍ଚି ମହିଳାଙ୍କୁ ଏମ୍‌ସ ହସ୍ପିଟାଲ୍‌କୁ ନେଇଥିଲା ।  

Comments are closed, but trackbacks and pingbacks are open.