ଲାଲୁ ଯାଦବଙ୍କ ସହଯୋଗୀଙ୍କ ବିରୋଧରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ୨୫ କୋଟିର ସମ୍ପତ୍ତି ଜବତ

48

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହଯୋଗୀ ପୂର୍ବତନ ବିଧାୟକ ଅରୁଣ ଯାଦବଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନି ଲଣ୍ଡରିଂ ମାମଲାରେ ପ୍ରାୟ ୨୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି ଇଡି। ଏହାପୂର୍ବରୁ ଫେବୃଆରୀରେ ଇଡି ଅରୁଣ ଯାଦବଙ୍କ ଘରେ ଚଢାଉ କରିଥିଲା। ଫେବୃଆରୀରେ ଇଡିର ସର୍ଚ୍ଚ ଅପରେସନ୍ ହୋଇଥିଲା। ପାଟଣାର ଦାନାପୁର ଅଞ୍ଚଳରେ ରାବ୍ରି ଦେବୀଙ୍କ ନାମରେ ଚାରୋଟି ଫ୍ଲାଟ ଅରୁଣ ଯାଦବଙ୍କ ବିଧାୟକ ପତ୍ନୀ କିରଣ ଦେବୀଙ୍କ ନାମକୁ ସ୍ଥାନାନ୍ତର କରାଯାଇଥିଲା। ଫେବୃଆରୀ ୨୦୨୪ ରେ ଇଡି ପୂର୍ବତନ ଆରଜେଡି ବିଧାୟକ ଅରୁଣ ଯାଦବ, ତାଙ୍କ ପତ୍ନୀ କିରଣ ଦେବୀ ଏବଂ ଅନ୍ୟ କେତେକଙ୍କ ଘର ଉପରେ ଚଢାଉ କରିଥିଲା। ଚଳିତ ବର୍ଷ ଇଡି ଆରଜେଡି ବିଧାୟକ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଏକ ଅପରାଧିକ ମାମଲା ପଞ୍ଜିକରଣ କରିଥିଲା। ଏହି ଅନୁସନ୍ଧାନ ଅଧୀନରେ ଇଡି ପୂର୍ବରୁ ଅରୁଣ ଯାଦବ ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରିଥିଲା। ଏଥିସହ ଇଡି ତାଙ୍କ ପରିବାର ସଦସ୍ୟ ତଥା କିରଣ ଦୁର୍ଗା କଣ୍ଟ୍ରାକ୍ଟର ପ୍ରାଇଭେଟ ଲିମିଟେଡର ସମ୍ପତ୍ତି, ଡକ୍ୟୁମେଣ୍ଟ ଏବଂ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ସବିଶେଷ ତଥ୍ୟ ନେଇଛି।

Comments are closed, but trackbacks and pingbacks are open.