୨ୟ ଦିନରେ ସୋନୁ ସୁଦଙ୍କ ଘରେ ଓ ଅଫିସରେ ଆୟକର ଯାଞ୍ଚ ଜାରି

147

କରୋନା ସମୟରେ ଅସୁବିଧାରେ ପଡିଥିବା ଜନତାଙ୍କ ମସିହା ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘର ଓ କାର୍ଯ୍ୟାଳୟରେ ଆୟକର ବିଭାଗ ର ଚଢ଼ାଉ ଜାରି ରହିଛି। ଏହାକୁ ଆୟକର ବିଭାଗ ର ନିୟମିତ ଯାଞ୍ଚ ବୋଲି କୁହାଯାଉଛି ଇ ବୁଧବାର ଦିନ ୨୦ ଘଣ୍ଟାରୁ ଅଧିକ ଚାଲିଥିବା ଯାଞ୍ଚ ପରେ ଗୁରୁବାର ଦିନ ପୁଣି ଆରମ୍ଭ ହୋଇଛି। ବୁଧବାର ଦିନ ସୋନୁ ସୁଦଙ୍କ ୬ଟି ଠିକଣାରେ ଏହି ଯାଞ୍ଚ ଚାଲିଥିଲା। ତେବେ ଏହାର ସଠିକ ତଥ୍ୟ ଆୟକର ବିଭାଗ ସ୍ପଷ୍ଟ କରିନାହିଁ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲକ୍ଷ୍ନୌର ଏକ ରିୟଲ ଇଷ୍ଟେଟ କମ୍ପାନୀ ସହ ସୋନୁ ସୂଦ କରିଥବା ଏକ ଡିଲକୁ ନେଇ ଆୟକର ବିଭାଗ ପକ୍ଷରୁ ଏହି ଯାଞ୍ଚ କରାଯାଉଛି ।
ମିଳିଥିବା ସୂତ୍ର ରୁ ଜଣାଯାଇଛି ଦିଲ୍ଲୀ ସରକାରଙ୍କ ତରଫରୁ ସୋନୁ ସୁଦଙ୍କୁ ସ୍କୁଲ ଛାତ୍ରଛାତ୍ରୀଙ୍କ ମେଣ୍ଟରସିପ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସେଡର କରାଯିବାର କିଛି ଦିନ ପରେ ଏହି ଆୟକର ବିଭାଗ ପକ୍ଷରୁ ଏହି ଯାଞ୍ଚ କରାଯାଉଛି । ଏହାକୁ ନେଇ କେଜ୍ରିୱାଲ ସରକାର ବିରକ୍ତ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ସତ୍ୟର ରାସ୍ତାରେ ଅନେକ କଣ୍ଟା ସାମ୍ନାକୁ ଆସିଥାଏ କିନ୍ତୁ ବିଜୟ ସବୁବେଳେ ସତ୍ୟର ହିଁ ହୋଇଥାଏ। ସୋନୁଙ୍କ ସହ ଭାରତର ଲକ୍ଷ ଲକ୍ଷ ପରିବାରର ଆଶୀର୍ବାଦ ଓ ଶୁଭକାମନା ଅଛି ଯେଉଁମାନଙ୍କୁ ସେ ଅସୁବିଧା ସମୟରେ ସାହାଯ୍ୟ କରିଥିଲେ।

Leave A Reply

Your email address will not be published.