କରୋନା କେବେ ଯିବ ନାହିଁ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

30

ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କବଳରୁ ସମଗ୍ର ବିଶ୍ୱ ସହିତ ଭାରତ ମଧ୍ୟ ମୁକ୍ତି ପାଇନାହିଁ I ଟିକାକରଣ ପାଇଁ କରୋନା ସଂକ୍ରମଣ ଏବେ ସାମାନ୍ୟ ହ୍ରାସ ପାଇଛି ତଥାପିବିପଦ ଟଳିନାହିଁ। କରୋନାକୁ ନେଇ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ନୂଆ ତଥ୍ୟ ସାମ୍ନାକୁ ଆଣିଛି। ‘ହୁ’ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ମାଇକ୍ ରିୟାନଙ୍କ ମତରେ କରୋନା ଭାଇରସ୍ ଆଉ କେବେବି ଯିବ ହେବ ନାହିଁ। ଯେପରି ୨୦୦୯ରେ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିବା ‘ସ୍ୱାଇନ୍ ଫ୍ଲୁ’ ଭାଇରସ୍ ଏବେ ମଧ୍ୟ ତା’ର କାୟା ବିସ୍ତାର ଜାରି ରଖିଛି। ଠିକ୍ ସେହିପରି କରୋନା ମଧ୍ୟ ଆଗାମୀ ଦିନରେ ରହିବ। ତେଣୁ ମାନବ ସମାଜ ପାଇଁ ଟୀକାକରଣ ଅପରିହାର୍ଯ୍ୟ I ଅଧିକ ଟିକାକରଣ ଦ୍ୱାରା ହର୍ଡ ଇମ୍ୟୁନିଟୀ ପାଇପାରିବା ଏବଂ ଏହା ଦ୍ୱାରା ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବ। ବର୍ତ୍ତମାନ କୋଭିଡ୍ ମହାମାରୀ ଅନ୍ତର୍ଜାତୀୟ ସମସ୍ୟା ହୋଇ ଛିଡ଼ା ହୋଇଛି।
୨୦୧୨ରେ ବୈଜ୍ଞାନିକଙ୍କର ଅନ୍ତର୍ଜାତୀୟ ଗ୍ରୁପର ଏକ ଅଧ୍ୟୟନ ଅନୁସାରେ, ୨୦୦୯ରେ ଉତ୍ପନ ହୋଇଥିବା ସ୍ୱାଇନ୍ ଫ୍ଲୁ’ ମହାମାରୀ ୨,୮୪,୫୦୦ ଲୋକଙ୍କର ଜୀବନ ନେଇଥିଲା। ଯାହା ସେହି ସମୟରେ ଲାବୋରେଟୋରୀ ଦ୍ୱାରା ପରୀକ୍ଷଣର ୧୫ ଗୁଣା ଅଧିକ। ନଭେମ୍ବର ୨୦୦୯ରେ ଏଚ୧ଏନ୧ (ସ୍ୱାଇନ୍ ଫ୍ଲୁ) ଆରମ୍ଭ ହୋଇଥିଲା। ଯାହା ପରେ ୨୦୧୦ ଅଗଷ୍ଟରେ ‘ହୁ’ ଏହାକୁ ମହାମାରୀ ଘୋଷଣା କରିଥିଲା।

Leave A Reply

Your email address will not be published.