ଜନପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

40

ଭୁବନେଶ୍ୱର: ଅନେକ ସ୍ଥାନରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅସମ୍ମାନ କରାଯାଉଛି । ତେବେ ନିର୍ବାଚିତ ଜନପ୍ରତିନିଧିଙ୍କୁ ବୁକ ସର୍କୁଲାର-୪୭ ଅନୁସାରେ ସମ୍ମାନ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ଆଜି ଜିଲ୍ଲାପାଳ ସମ୍ମିଳନୀରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡ଼ା ଏହି ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କ ବଦଳି କଥା ମଧ୍ୟ ଉଠାଇ କହିଛନ୍ତି ଯେ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ୩ରୁ ୪ବର୍ଷ ରହିବା କଥା । ୪ ବର୍ଷ ପରେ ଅଧିକାରୀଙ୍କ ବଦଳି ନେଇ ସରକାରୀ ନିୟମ ରହିଛି । ବଦଳି ହେଲେ ସ୍ୱଚ୍ଛତା ଆସିବ । ଅଭିଜ୍ଞତା ଆଧାରରେ ବିକାଶ ତ୍ୱରାନ୍ୱିତ ହେବ । ଏଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡ଼ା  ଚୋରା ମଦ କାରବାର ମାମଲାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜିଲ୍ଲାପାଳ ସମ୍ମିଳନୀରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଅପମିଶ୍ରିତ ମଦ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ନିଜ ଜିଲ୍ଲାରେ ଯଦି କିଛି ଅଘଟଣ ହୁଏ ତେବେ ସେଥିପାଇଁ ଜିଲ୍ଲାପାଳ ଉତ୍ତରଦାୟୀ ରହିବେ ।  ଏହାଛଡ଼ା ସେ କହିଛନ୍ତି ଯେ ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଅ । ଏଥିସହ ଫିଲ୍ଡ ଭିଜିଟ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଥାନା ଓ ଶିକ୍ଷାନୁଷ୍ଠାନକୁ ଯାଆନ୍ତୁ, ବିଚ୍ୟୁତି ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ନୂଆ ସରକାରର ନୂଆ ଅଭିମୁଖ୍ୟକୁ ନେଇ ଆମକୁ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed, but trackbacks and pingbacks are open.