ବହୁମୁଖୀ ପ୍ରତିଭା ର ନାଁ ଏକ୍ସା କେରୁଙ୍ଗ

31

କୁହାଯାଏ ଯଦି ଉଚ୍ଚ ଆଶା କଠିନ ପରିଶ୍ରମ ଏବଂ ସଚ୍ଚୋଟତା ସହିତ କାର୍ଯ୍ୟ କରାଯାଏ, ତେବେ ଯେ କୌଣସି ଲକ୍ଷ୍ୟ ହାସଲ କରିବା ଅସମ୍ଭବ ନୁହେଁ I ଏହି ପ୍ରବାଦ ବହୁ ପ୍ରତିଭାବାନ ବ୍ୟକ୍ତିଙ୍କ ଉପରେ ମଧ୍ୟ ଫିଟ୍ ହୁଏ | ଏହି ପ୍ରବାଦ ଟି କୁ ନିଜ ଉପରେ ସଫଳ ରୂପାୟନ କରିଛନ୍ତି ସିକ୍କିମର ଝିଅ ଏକ୍ସା କେରୁଙ୍ଗ I ଯିଏ ଏକାଧାରରେ ଜଣେ ସଫଳ ବକ୍ସର, ସୁପରମଡେଲ ହେବା ସହିତ ପୋଲିସ ଫୋର୍ସର ଗର୍ବ ହୋଇ ରହିଛନ୍ତି।ସିକ୍କିମର ଏକ୍ସା କେରୁଙ୍ଗ ଙ୍କୁ ସ୍ଥାନୀୟ ଲୋକେ ଏକ୍ସା ହ୍ୟାଙ୍ଗ ସୁବା ନାମରେ ମଧ୍ୟ ଜାଣନ୍ତି | ଏହି ଝିଅ ନିଜର ସାହସିକତା ସହିତ ପ୍ରମାଣ କରିଛନ୍ତି ଯେ ମହିଳାମାନେ ଯେ କୌଣସି କଠିନ ପରିସ୍ଥିତି କୁ ସାମ୍ନା କରିବାରେ କମ୍ ନୁହଁନ୍ତି। ସେ ୨୦୧୯ ମସିହାରେ ସିକ୍କିମ ପୋଲିସରେ ଭର୍ତ୍ତିହୋଇଥିଲେ ଏବଂ ସେବେଠାରୁ ତାଙ୍କ ଅଧିକାରୀମାନେ ତାଙ୍କ ପାଇଁ ଗର୍ବିତ | ଏକ୍ସା କେରୁଙ୍ଗ ତାଙ୍କର କଠିନ ପରିଶ୍ରମ ଆଧାରରେ ପୋଲିସ ଚାକିରି ପାଇଥିଲେ। ଜଣେ ପୋଲିସ ଅଧିକାରୀ ହେବା ବ୍ୟତୀତ ଏକ୍ସା କେରୁଙ୍ଗ ଜଣେ ଜାତୀୟ ସ୍ତରର ବକ୍ସର, ବାଇକ୍ ଆରୋହୀ ଏବଂ ସୁପରମୋଡେଲ ମଧ୍ୟ ଅଟନ୍ତି।ସେ ସବୁବେଳେ ମଡେଲିଂକୁ ଭଲ ପାଆନ୍ତି | ଏହି କାରଣରୁ ସେ ‘MTV ସୁପରମୋଡେଲ’ର ମଞ୍ଚରେ ପହଞ୍ଚିଥିଲେ | ଟିଭି ରିଆଲିଟି ସୋ ‘MTV ସୁପରମୋଡେଲ୍ ଅଫ୍ ଦି ଇୟର ସିଜନ୍ 2’ର ଟପ୍ -10 ରେ ଏକ୍ସା କେରୁଙ୍ଗ ନିଜର ସ୍ଥାନ ସୃଷ୍ଟି କରିଛନ୍ତି | ଏକ୍ସା କେରୁଙ୍ଗ କହିଛନ୍ତି ପୋଲିସ ଚାକିରୀ ସହିତ ଜଣେ ସୁପର ମଡେଲ ହେବ ତାଙ୍କର ଇଛା I ଏକ୍ସା କହନ୍ତି ଯଦି ତୁମେ ନିଜ ଲକ୍ଷ୍ୟ ରେ ପହଂଚିବାକୁ ସଂକଳ୍ପବଦ୍ଧ ତେବେ ଦୁନିଆରେ କିଛି ବି ଅସମ୍ଭବ ନୁହେଁ | ସ୍ଥାନୀୟ ଅଂଚଳ ର ଝିଅ ମାନେ ଏକ୍ସା ଙ୍କ କାହାଣୀରୁ ପ୍ରେରଣା ପାଇ ଉତ୍ସାହିତ ହେବା ସହିତ ନିଜକୁ ସେହିପରି ଗଢୁଛନ୍ତି I

Leave A Reply

Your email address will not be published.