‘ମୋ ବସ’ ଧକ୍କାରେ ଜଣେ ମୃତ

19

ଭୁବନେଶ୍ୱର : ‘ମୋ ବସ୍‌’ ଧକ୍କାରେ ସ୍କୁଟର ଆରୋହୀଙ୍କ ମୃତ୍ୟୁ । ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରରେ ମୋ ବସ୍ ସ୍କୁଟର ଆରୋହୀ କ୍ଷୀରୋଦ ପାଢ଼ୀଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି I ମୃତକଙ୍କ ଘର ପୁରୀ ଜିଲ୍ଲାର ପାରିକୁଦ ଅଞ୍ଚଳରେ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଲୋକେ ମୋ ବସ୍ କୁ ଅଟକ ରଖିଛନ୍ତି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି I

Comments are closed, but trackbacks and pingbacks are open.