ଲୋକସଭା ଓ ରାଜ୍ୟସଭା ଟିଭି ମିଶି ହେଲା ସଂସଦ ଟିଭି

31

ଭାରତର ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବାଚସ୍ପତି ଶ୍ରୀ ଓମ୍ ବିର୍ଲା ମିଳିତ ଭାବେ ୧୫ ସେପ୍ଟେମ୍ବର, ୨୦୨୧ ତାରିଖ ସନ୍ଧ୍ୟା ୬ଟାରେ ସଂସଦ ଭବନର ଏନେକ୍ସି ଠାରେ ‘ସଂସଦ ଟିଭି’ର ଶୁଭାରମ୍ଭ କରିଛନ୍ତି । ଉଲ୍ଲେଖନୀୟ ଯେ ସଂସଦ ଟିଭିର ଶୁଭାରମ୍ଭ “ଆନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ” ଅବସରରେ ଅନୁଷ୍ଠିତ ହେଉଛି ।
ଫେବୃୟାରୀ, ୨୦୨୧ରେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିକୁ ମିଶାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ମାର୍ଚ୍ଚ, ୨୦୨୧ ସଂସଦ ଟିଭି ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି କାରାଯାଇଥିଲା । ଲୋକସଭା ଟିଭି ୨୦୦୬ରେ ଲଞ୍ଚ ହୋଇଥିବା ବେଳେ ରାଜ୍ୟସଭା ଟିଭି ୨୦୧୧ରେ ଲଞ୍ଚ ହୋଇଥିଲା ।
ସଂସଦର ଟିଭିର କାର୍ଯ୍ୟକ୍ରମ ମୁଖ୍ୟତଃ ଚାରୋଟି ଶ୍ରେଣୀରେ ହେବ – ସଂସଦ ଏବଂ ଲୋକତନ୍ତ୍ର ସମ୍ବନ୍ଧୀୟ ସଂସ୍ଥା ମାନଙ୍କରେ କାର୍ଯ୍ୟ, ପ୍ରଶାସନ ଏବଂ ଯୋଜନା / ନୀତି କାର୍ଯ୍ୟାନ୍ୱୟନ, ଭାରତର ଇତିହାସ ଏବଂ ସଂସ୍କୃତି ଏବଂ ସମସାମୟିକ ବିଷୟବସ୍ତୁ / ହିତ/ ବିଚାରଧାରା ।

Leave A Reply

Your email address will not be published.