ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା : ୬୪ ହଜାର କୋଟି ଟଙ୍କା ବ୍ୟୟ ମଞ୍ଜୁରୀ

30


କେନ୍ଦ୍ର କ୍ୟାବିନେଟ ତରଫରୁ ବୁଧବାର ଦିନ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହା ୬୪ ହଜାର କୋଟି ଟଙ୍କା ପ୍ୟାକେଜର ଯୋଜନା। ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଯୋଜନା ଅନୁଯାୟୀ ସମସ୍ତ ଜିଲ୍ଲା ଓ ୩୩୮୨ ବ୍ଲକରେ ଏକୀକୃତ ଜନ ସ୍ୱାସ୍ଥ୍ୟ ଲ୍ୟାବ ସ୍ଥାପନା କରାଯିବ।
ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ ଭାଷଣରେ ୬ ବର୍ଷ (ଆର୍ଥିକ ବର୍ଷ ୨୦୨୫୨୬ ଯାଏଁ)ରେ ୬୪୧୮୦ କୋଟି ଟଙ୍କା ବ୍ୟୟ ଘୋଷଣା କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଯୋଜନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ହେବ।
ଯୋଜନାର ମୁଖ୍ୟ ବିଷୟ:
୧. ହାଇ ଫୋକସ ବିଶିଷ୍ଟ ୧୦ ରାଜ୍ୟରେ ୧୭୭୮୮ ଗ୍ରାମୀଣ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପାଇଁ ସହାୟତା।
୨. ସବୁ ରାଜ୍ୟରେ ୧୧୦୧୪ ସହରୀ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ସ୍ଥାପନା।
୩. ସବୁ ଜିଲ୍ଲାରେ ଏକୀକୃତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରୟୋଗଶାଳା ଓ ୧୧ ଉଚ୍ଚ ଫୋକସ ବିଶିଷ୍ଟ ରାଜ୍ୟରେ ୩୩୮୨ ବ୍ଲକରେ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନା।
୪. ୬୦୨ ଜିଲ୍ଲା ଓ ୧୨ କେନ୍ଦ୍ରୀୟ ସଂସ୍ଥାରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ ସ୍ଥାପନା।
୫. ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଏହାର ୫ କ୍ଷେତ୍ରୀୟ ଶାଖା ଓ ୨୦ ମହାନଗର ନିଗମ ସ୍ୱାସ୍ଥ୍ୟ ନୀରିକ୍ଷଣ ୟୁନିଟଗୁଡିକୁ ସୁଦୃଢ଼ୀକରଣ କରିବା।
୬. ସମସ୍ତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରୟୋଗଶାଳାକୁ ସଂଯୋଗ କରିବା ପାଇଁ ସମସ୍ତ ରାଜ୍ୟ / UT ସହିତ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପୋର୍ଟାଲର ବିସ୍ତାର।
୭. ୧୭ ନୂଆ ସାର୍ବଜନୀନ ଜନସ୍ୱାସ୍ଥ୍ୟ ୟୁନିଟ୍ ସଞ୍ଚାଳନ ଓ ୩୩ ଜନସ୍ୱାସ୍ଥ୍ୟ ୟୁନିଟକୁ ମଜବୁତ କରିବା ଯାହା ୩୨ ବିମାନବନ୍ଦର, ୧୧ ବନ୍ଦର ଓ ୭ ଟି ଲ୍ୟାଣ୍ଡ କ୍ରସିଂରେ ରହିଛି।
୮. ୧୫ଟି ସ୍ୱାସ୍ଥ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଓ ୨ଟି ମୋବାଇଲ ହସ୍ପିଟାଲ ସ୍ଥାପନା।

Leave A Reply

Your email address will not be published.