ହୀରାକୁଦ ଜଳଭଣ୍ଡାରର ୧୮ଟି ଗେଟ୍ ଖୋଲାଗଲା

29

ଉପରମୁଣ୍ଡରେ ବର୍ଷା ଲାଗି ରହିଥିବା କାରଣ ରୁ ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲାଯାଇଛି । ମଙ୍ଗଳବାର ୬ଟି ଗେଟ୍ ଖୋଲିଥିବା ବେଳେ ବୁଧବାର ୧୨ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୨୮.୨୩ ଫୁଟ ଜଳସ୍ତର ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ୧୮ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୫୮ ହଜାର ୫୯୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ମଧ୍ୟରୁ ୨ ଲକ୍ଷ ୨୫ ହଜାର ୫୫୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

Leave A Reply

Your email address will not be published.