କୋଟିପତି ଦିଦି ଙ୍କୁ କୋର୍ଟ ଚାଲାଣ

32

ଅସାଧୁ ଉପାୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳକରିଥିବା ଅଙ୍ଗନବାଡୀ ଦିଦି କବିତା ମଥାନ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି I ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱର କୋରଡକଣ୍ଟା ର ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ଘରେ ଅଚାନକ ଭିଜିଲାନ୍ସ ଚଢାଉ କରିଥିଲା I ଏହି ଚଢ଼ାଉ ରେ ଭିଜିଲାନ୍ସ ହାତରେ ଲାଗିଥିଲା ୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି,୧୪ ଟି ଜମି ପ୍ଲଟ ,୪ଟି କୋଠା ଘର ,କାର,ବାଇକ ସହିତ ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କାର ବୀମା କାଗଜପତ୍ର ।ଲଗାତାର ଭାବେ ଅଙ୍ଗନବାଡ଼ି ଦିଦିଙ୍କ ବିରୋଧରେ ଆସୁଥିଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ । ଅନେକ ଦିନ ଧରି ଭିଜିଲାନ୍ସ ସ୍କାନରରେ ଥିଲେ ଅଙ୍ଗନବାଡ଼ି ଦିଦି ।ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା, ଛତୁଆ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ପ୍ରମାଣ ପାଇ ଚଢାଉ କରିଥିଲା ଭିଜିଲାନ୍ସ । ଆଉ ଆଜି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି

Leave A Reply

Your email address will not be published.