ନିର୍ବାଚନ କରିବା ଦାବିରେ ଛାତ୍ର କଂଗ୍ରେସ- ପୋଲିସ ଧସ୍ତାଧସ୍ତି

92

ଭୁବନେଶ୍ବର: ଛାତ୍ର ସାଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ କରିଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଉଛି । ଘେରାଉ ସମୟରେ ପୋଲିସର ସୁରକ୍ଷା ବଳୟ ଭାଙ୍ଗି କଂଗ୍ରେସ କର୍ମୀ ବିଧାନସଭା ଆଡକୁ ଯିବାକୁ ଆଗ୍ରସର ହେଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । କିଛି ସମୟ ଧରି ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ କର୍ମୀଙ୍କ ସଂଖ୍ୟା କମ୍‌ ଥିବାରୁ ସୁରକ୍ଷା ବଳୟ ଭାଙ୍ଗିବାରେ ବିଫଳ ହୋଇଥିଲେ ଛାତ୍ର ନେତା ଏବଂ ନେତ୍ରୀ । ସରକାର ଜାଣିଶୁଣି ଛାତ୍ର ସାଂସଦ ନିର୍ବାଚନ କରିବାକୁ ଚାହୁଁନାହାନ୍ତି । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଉନ୍ନତିରେ ଛାତ୍ରନେତାଙ୍କ ଅବଦାନ ଅନେକ କିନ୍ତୁ ସରକାର ଶିକ୍ଷା ଅନୁଷ୍ଠାନର ଉନ୍ନତି ଚାହୁଁନାହାନ୍ତି । ଛାତ୍ର ସାଂସଦ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ନାହାନ୍ତି ବୋଲି କହୁଛନ୍ତି କିନ୍ତୁ ପ୍ରକୃତ କଥା ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ପ୍ରସ୍ତୁତ ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ । ଯଦି ସରକାର ଛାତ୍ର ସାଂସଦ ନିର୍ବାଚନ ନକରନ୍ତି ଆଗକୁ ଆନ୍ଦୋଳନ ଅଧିକ ବ୍ୟାପକ କରାଯିବା ବୋଲି କଂଗ୍ରେସ ଚେତାବନୀ ଦେଇଛି ।

Comments are closed, but trackbacks and pingbacks are open.