ମହାରାଷ୍ଟ୍ର କ୍ୟାବିନେଟରୁ ଓହରିଯିବା ପାଇଁ ଅନୁରୋଧ କଲେ ଏନସିପି ନେତା

225

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମନ୍ତ୍ରୀ ତଥା ସିନ୍ଦେ ଗୋଷ୍ଠୀର ନେତା ତାନାଜୀ ସାୱନ୍ତଙ୍କ ବିବୃତ୍ତି ଯୋଗୁଁ ମହାରାଷ୍ଟ୍ରରେ ଏକ ରାଜନୈତିକ ଉତ୍ତେଜନା ଦେଖାଦେଇଛି। କ୍ୟାବିନେଟ ବୈଠକରେ ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମନ୍ତ୍ରୀଙ୍କ ସହ ବସିଥିବା ବେଳେ ସେ ବାନ୍ତି ଅନୁଭବ କରୁଛନ୍ତି ବୋଲି ସାୱନ୍ତ କହିଛନ୍ତି।ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତିରେ ଅଜିତ ପାୱାରଙ୍କ ଏନସିପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ତାନଜୀ ସାୱନ୍ତଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ। ଗଣମାଧ୍ୟମକୁ ଏନସିପି ମୁଖପାତ୍ର ଉମେଶ ପାଟିଲ କହିଛନ୍ତି ଯେ, “ସେ (ତାନଜୀ ସାୱନ୍ତ) ରୁହନ୍ତୁ କିମ୍ବା ଏନସିପି ରହୁ। ଯଦି ତାଙ୍କୁ ହଟାଇ ଦିଆଯାଏ ନାହିଁ, ତେବେ ଆମେ ମହାୟୁତି କ୍ୟାବିନେଟରୁ ଓହରିଯିବା ଉଚିତ୍। ମୁଁ ଆମର ଜାତୀୟ ସଭାପତି ଅଜିତ ପାୱାର ଏବଂ ସମସ୍ତ ବରିଷ୍ଠ ନେତାମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେମାନେ କ୍ୟାବିନେଟରୁ ଇସ୍ତଫା ଦେଇଦେବା ଉଚିତ। ସେ କହିଛନ୍ତି ଯେ, ତାନାଜୀ ସାୱନ୍ତଙ୍କ କଥା ଶୁଣିବା ଅପେକ୍ଷା କ୍ଷମତା ବାହାରେ ରହିବା ଭଲ। ଆମେ କ୍ଷମତା ପାଇଁ ପାଗଳ ନୁହଁ, ତାନଜୀ ସାୱନ୍ତଙ୍କ କାରଣରୁ ଏନସିପି ମହାମେଣ୍ଟରେ ନାହିଁ। ମହାମେଣ୍ଟ ଯୋଗୁଁ ସାୱନ୍ତ ଆଜି ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଯଦି ସେମାନେ ଏହିପରି କଥାବାର୍ତ୍ତା କରିବାକୁ ଯାଉଛନ୍ତି, ତେବେ ମୁଁ ଦଳର ନେତୃତ୍ୱଙ୍କୁ ଅନୁରୋଧ କରୁଛି ଯେ, ଏଥିରୁ ବାହାରିବା ଭଲ ହେବ।

Comments are closed, but trackbacks and pingbacks are open.