ଭିଜିଲାନ୍ସ ହାତରେ ଅଭିଯୁକ୍ତ କିରାଣୀ ଙ୍କ ସହିତ ପତ୍ନୀ ଗିରଫ ,ଶଳା ଫେରାର

0 106

ଆବାସ ଯୋଜନାରେ ଟଙ୍କା ଆତ୍ମସାତ ଅଭିଯୋଗରେ ତିହିଡ଼ି ବ୍ଲକର ପୂର୍ବତନ କିରାଣୀ ପ୍ରଭାକର ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ପ୍ରଭାକର ପ୍ରଧାନ ତିହିଡି ବ୍ଲକରେ କ୍ୟାସିଅର ଥିବା ବେଳେ ଇନ୍ଦିରା ଆବାସ ଫଣ୍ଡରୁ ୨୦ ଲକ୍ଷ ୨୫ହଜାର ଟଙ୍କା ତାଙ୍କ ପତ୍ନୀ, ଶଳା ଓ ଶଳାର ସାଙ୍ଗ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଶ୍ରୀ ପ୍ରଧାନ ବର୍ତ୍ତମାନ ବାସୁଦେବପୁର ବ୍ଲକର ହେଡ୍ କ୍ଲର୍କ ଥିବା ଜଣାପଡିଛି I ତାଙ୍କୁ ଗତ ମାସ ୨୭ ତାରିଖ ଦିନ ସସ୍‌ପେଣ୍ଡ କରାଯାଇଥିଲା । ତାଙ୍କ ବିରୋଧରେ ଆବାସ ଯୋଜନାରେ ୩୪ ଜଣ ହିତାଧିକାରୀଙ୍କ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା ।୨୦୧୬ରୁ ୨୦୧୮ ମସିହା ମଧ୍ୟରେ ସରକାରଙ୍କ ତହବିଲରୁ ୨୦ ଲକ୍ଷ ୨୫ ହଜାର ଟଙ୍କା ତାଙ୍କ ପତ୍ନୀ, ମାଆ ଓ ୨ ଜଣ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ ।

ଆଜି ଦିନ ୧୨ଟା ବେଳେ ହଠାତ ଭିଜିଲାନ୍ସ ଟିମ୍ ତାଙ୍କ ବାଲେଶ୍ବର ସ୍ଥିତ ନୀଳିଆବାଗ ବାସଭବନରେ ପହଂଚି ଥିଲା । ସେତେବେଳେ ଅଭିଯୁକ୍ତ ପ୍ରଭାକର ପ୍ରଧାନ ଘରେ ଥିଲେ I ଶ୍ରୀ ପ୍ରଧାନ ଭିଜିଲାନ୍ସ ଟିମ ନିଜ ହେପାଜତକୁ ନେବା ସହିତ ତାଙ୍କ ନିଳିଆବାଗରେ ଥିବା ତାଙ୍କ ଚାରି ମହଲା କୋଠାଘରକୁ ଭିଜିଲାନ୍ସର ଟିମ୍ ମୂଲ୍ୟାଙ୍କନ କରୁଛନ୍ତି ।ଏହି କଳା କାରବାର ରେ ତାଙ୍କ ପତ୍ନୀ ନିତୁ ପ୍ରଧାନ ସମାନ ଭାବରେ ଜଡିତ ଥିବାରୁ ତାଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ ହୋଇଛନ୍ତି I ଏହା ସହିତ ପ୍ରଭାକରଙ୍କ ମାଆ ଓ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରିଛି ଭିଜିଲାନ୍ସ । ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ଆଜି ଭଦ୍ରକ ତାଙ୍କ ନିଜ ଘର ବାଲେଶ୍ୱର ତଥା ତାଙ୍କ ଶ୍ୱଶୁର ଘର ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବୈସିଙ୍ଗା ଥାନା ଅଧୀନ ରେ ଥିବା ନାଛିପୁରିଆ ଗ୍ରାମ ସହିତ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

ରେଡ୍‌ ପରେ କ୍ଲର୍କଙ୍କ ଶଳା ଫେରାର ଥିବା ବେଳେ ଶଳା ଙ୍କ ସାଙ୍ଗ ର ଆକାଉଣ୍ଟ କୁ ଶ୍ରୀ ପ୍ରଧାନ ଟଙ୍କା ଟ୍ରାନ୍ସଫୋର କରିଥିବାରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି I

Leave A Reply

Your email address will not be published.