ମଧ୍ୟପ୍ରଦେଶ ସରକାର ଙ୍କ ନୂଆ ଶିକ୍ଷା ନୀତି :ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ ହେବ ରାମାୟଣ ଓ ମହାଭାରତ

26

ମଧ୍ୟପ୍ରଦେଶ ସରକାର ଶିବରାଜ ସିଂ ଚୌହାନ ଙ୍କ ଐତିହାସିକ ନିଷ୍ପତ୍ତି କ୍ରମେ ଇଞ୍ଜିନିୟରିଂ ଭଳି ବୈଷୟିକ ପାଠ୍ୟକ୍ରମରେ ପୌରାଣିକ ରାମାୟଣ ଓ ମହାଭାରତ ର ବିଷୟ ବସ୍ତୁକୁ ସାମିଲ କରାଯିବ I ରାଜ୍ୟରେ ପ୍ରଚଳିତ ନୂଆ ଶିକ୍ଷା ନୀତି ଅନୁସାରେ ଇଞ୍ଜିନିୟରିଂ ର ବିଷୟବସ୍ତୁକୁ ଆଞ୍ଚଳିକ ଭାଷାରେ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି । ମଧ୍ୟପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି I

ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ୧୫ ସେପ୍ଟେମ୍ବରରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଯାଉଛି Iଏହି ନିଷ୍ପତ୍ତି ସମ୍ପର୍କରେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ମୋହନ ଯାଦବ ସୂଚନା ଦେଇ କହିଛନ୍ତି କି, ଆମ ସରକାର ନୂଆ ଶିକ୍ଷା ନୀତିକୁ ଉଭୟ ସ୍କୁଲ ଓ କଲେଜଗୁଡ଼ିକରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଇଞ୍ଜିନିୟରିଂ ସିଲାବସ୍‌ରେ ଏପରି ବିଷୟବସ୍ତକୁ ସାମିଲ କରାଯିବାରେ କୌଣସି ଅସୁବିଧା ନାହିଁ। ସାମରିକ ସିଲାବସରେ ଭଗବତ ଗୀତା ସାମିଲ୍ ହୋଇ ଚର୍ଚ୍ଚିତ ହେଉଥିବା ବେଳେ ,ମଧ୍ୟ ପ୍ରଦେଶ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ଭଗବାନ ରାମଙ୍କ ଚରିତ୍ର ଓ ସେତେବେଳର କାର୍ଯ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ସେମାନେ ଇଞ୍ଜିନିୟରିଂ କୋର୍ସରେ ସବୁ କିଛି ଜାଣିପାରିବେ। ଆମ ଷ୍ଟଡି ବୋର୍ଡରେ ଥିବା ଶିକ୍ଷକମାନେ ନୂଆ ଶିକ୍ଷା ନୀତି ଆଧାରରେ ଏସବୁ ବିଷୟବସ୍ତକୁ ସିଲାବସରେ ସାମିଲ କରିଛନ୍ତି। ଯଦି ଆମେ ଆମର ଗୌରବମୟ ଇତିହାସକୁ ଆଗକୁ ନେଇପାରିବା, ତା’ହେଲେ କେହି ବି କୌଣସି ପ୍ରଶ୍ନ ଉଠାଇବା କଥା ନୁହେଁ ବୋଲି ସେ କହିଛନ୍ତି। ଏଥିପାଇଁ ଆଜି ଶିକ୍ଷାମନ୍ତ୍ରୀ ମୋହନ ଯାଦବ ବରିଷ୍ଠ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ରାଜ୍ୟରେ ଖୋଲିବାକୁ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଯେମିତି କୋଭିଡ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରିବେ ତାହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି I

Leave A Reply

Your email address will not be published.