୩ରେ ରାଜ୍ୟସଭା ଉପନିର୍ବାଚନ

98

ଭୁବନେଶ୍ୱର: ବୁଧବାର ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୩ ତାରିଖ ଦିନ ରାଜ୍ୟସଭା ଉପନିର୍ବାଚନ ହେବ । ଓଡ଼ିଶାର ଗୋଟିଏ ଆସନ ପାଇଁ ଏହି ଉପନିର୍ବାଚନ ହେବ ।ବିଜ୍ଞପ୍ତି ମୁତାବକ, ଆସନ୍ତା ଅଗଷ୍ଟ ୧୪ ତାରିଖରେ ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଅଗଷ୍ଟ ୨୧ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଏହାପରେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ପଡିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି । ଏହାପରେ ଭୋଟ୍ ଗଣନା କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ସଂଖ୍ୟା ବଳ ଦୃଷ୍ଟିରୁ ବିଜେପି ସମର୍ଥିତ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପକ୍କା । ତେଣୁ ଓଡିଶାରେ ଏଥର କିଏ ରାଜ୍ୟସଭା ପ୍ରାର୍ଥୀ ହେଉଛି ତାହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ପ୍ରକାଶ ଯେ ନିକଟରେ ବିଜେଡି ରାଜ୍ୟସଭା ସାଂସଦ ମହାନ୍ତ ନିଜ ପଦରୁ ଇସ୍ତଫା ଦେଇଥିଲେ ।  ଯାହା ଫଳରେ ଉକ୍ତ ଆସନ ଖାଲିପଡ଼ିଥିଲା । ମମତାଙ୍କ ଇସ୍ତଫା ପୂର୍ବରୁ ରାଜ୍ୟସଭାରେ ବିଜେଡିର ସଂଖ୍ୟା ୯ ଥିଲା । ଏବେ ଏହା ୮ରେ ପହଁଚିଛି । ମମତା ମହନ୍ତ ୨୦୨୦ରେ ରାଜ୍ୟସଭା ଯାଇଥିଲେ । ତାଙ୍କ କାର୍ୟ୍ୟକାଳ ୨୦୨୬ରେ ଶେଷ ହେବାକୁ ଥିଲା ।

Comments are closed, but trackbacks and pingbacks are open.