ଭିନେଶ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

61

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସକ୍ୱାଲିଫାଏଡ ଘୋଷିତ ହେବା ପରେ ଏବେ ସେ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ୟାରିସର ଏକ ଡାକ୍ତରଖାନାରେ ଭିନେଶଙ୍କୁ ଭର୍ତ୍ତି କରାଯାଇଛି । ଓଜନ ହ୍ରାସ ପାଇଁ ରାତିସାରା ବ୍ୟାୟାମ କରିବାରୁ ସେ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି ।  ପ୍ୟାରିସ ଅଲିମ୍ପିକ୍ସରୁ  ଭିନେଶ ଫୋଗଟ ଡିସକ୍ୱାଲିଫାଏଡ ଘୋଷିତ ହୋଇଛନ୍ତି । ଧାର୍ଯ୍ୟ ଠାରୁ ଅଧିକ ଓଜନ ହେବାରୁ ସେ ଡିସକ୍ୱାଲିଫାଏଡ ଘୋଷିତ ହୋଇଛନ୍ତି । ୫୦ କେଜି ଠାରୁ ଭିନେଶ ସାମାନ୍ୟ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି । ୫୦ କେଜି ଠାରୁ ମାତ୍ର କିଛି ଗ୍ରାମ ଅଧିକ ଓଜନ ହୋଇଥିବା ସୂଚନା ମିଳିଛି । ୫୦କେଜି ମହିଳା କୁସ୍ତିବର୍ଗରେ ଭିନେଶ ଗତକାଲି ଫାଇନାଲକୁ ଯାଇଥିଲେ । ଆଜି ରାତିରେ ଭିନେଶଙ୍କ ପାଇନାଲ ମୁକାବିଲା ହେବାର ଥିଲା ।  ଅନ୍ୟପକ୍ଷରେ ଭିନେଶ ଡିସକ୍ୱାଲିଫାଏଡ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିନେଶଙ୍କୁ ପ୍ରବୋଧନା ଦେଇଛନ୍ତି । ଏନେଇ ମୋଦୀ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଭିନେଶ, ତୁମେ ଚାମ୍ପିଅନ ଭିତରେ ଚାମ୍ପିଅନ । ତୁମେ ଭାରତ ପାଇଁ ଗର୍ବ । ତୁମେ ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା । ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର । ଆମେ ସମସ୍ତେ ତୁମ ସହ ଅଛୁ ।

Comments are closed, but trackbacks and pingbacks are open.