ଗିରଫ ହେଲେ କୋଟିପତି ଇଂଜିନିୟର ପ୍ରଦୀପ ରଥ

57

ଭୁବନେଶ୍ବର: ଶେଷରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ କୋଟିପତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ସେ କଟକ ଓବିସିସି ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ତାଙ୍କର ଅୟବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଭିଜିଲାନ୍ସ ଚଢାଉ କରିଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ କୋଟିକୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି। ଏଥିରେ ରହିଛି ୪୫ ପ୍ଲଟ ଓ ଫ୍ଲାଟ। ତାଙ୍କର ସ୍ଥାୟୀ ଜମା ପରିମାଣ ୧ କୋଟି ୬୨ ଲକ୍ଷ ଟଙ୍କା ହେବ। ଭୁବନେଶ୍ବର ଏବଂ ଢେଙ୍କାନାଳରେ ରହିଛି ଦୁଇଟି ଦାମୀ ପ୍ଲଟ। ପ୍ରଦୀପଙ୍କର ଗୋଟିଏ ମେଡିସିନ ଦୋକାନ , ଗୋଟିଏ କ୍ରସର ୟୁନିଟ ରହିଛି। ଏହାସହିତ  ୮୮ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଠାବ କରାଯାଇଛି। ସେହିପରି ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏସ୍କାଭେଟର ମଧ୍ୟ ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୧୨ ସ୍ଥାନରେ କରାଯାଇଛି ଚଡାଉ କରାଯାଇ।ଏସବୁ ଆୟବର୍ହିଭୂତ ସଂପତ୍ତି ହୋଇଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

Comments are closed, but trackbacks and pingbacks are open.