୩ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ

31

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ଶେଷ ହେବାକୁ ୨ ମାସ ପୂରିବାକୁ ବସିଲାଣି । ହେଲେ ଏବେ ନିର୍ବାଚନୀ ବିବାଦ ଲାଗି ରହିଛି । ଏହାରି ଭିତରେ  ରାଜ୍ୟର ୩ଜଣ ବିଧାୟକଙ୍କୁ ହାଇକୋର୍ଟ ନୋଟିସ ପଠାଇଛନ୍ତି । ନିର୍ବାଚନୀ ଅନିୟମିତତା ମାମଲାରେ ସମ୍ପୃକ୍ତ ୩ ଜଣ ବିଧାୟକଙ୍କୁ ନୋଟିସ କରାଯାଇଛି । ସମ୍ପୃକ୍ତ ୩ ଜଣ ବିଧାୟକ ହେଲେ ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟ । ଜାରି ନୋଟିସର ଜାବାବ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି । ସୂଚନା ଅନୁଯାୟୀ, ଟଙ୍କଧର ନିର୍ବାଚନ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ନେଇ ଅଭିଯୋଗ ଆଣିଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ନାମାଙ୍କନ ବେଳେ ଟଙ୍କାଧର ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଓ ଏଥିରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନରେ ଦର୍ଶାଇଛନ୍ତି ଦୀପାଳି । ମିଥ୍ୟା ସତ୍ୟପାଠ ଦେଇଥିବାରୁ ଜନ ପ୍ରତିନିଧି ଆଇନ ଅନୁସାରେ ଟଙ୍କଧରଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୩ ଶହ ୩୩ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ପରାଜିତ କରିଥିଲେ।

Comments are closed, but trackbacks and pingbacks are open.