ନବୀନ ଦାୟିତ୍ୱରେ ଥିବା ଯାଏଁ ଦଳ ଅଛି ଓ ରହିବ:ସୁଧୀର ସାମଲ

93

ଭୁବନେଶ୍ୱର: ମମତା ମହାନ୍ତ ଦଳ ଓ ରାଜ୍ୟସଭାରୁ ଇସ୍ତଫାର ଉଦ୍ଦେଶ୍ୟ ମୁଁ ଜାଣିନାହିଁ । ବିଜେଡି ଘର ଭାଙ୍ଗିନାହିଁ କିମ୍ବା ଭାଙ୍ଗିବାର ସମ୍ଭାବନା ମଧ୍ୟ ନାହିଁ । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ କଥା କହି ସାରିଛନ୍ତି । ନବୀନଙ୍କ ବକ୍ତବ୍ୟ ଓ ଉଚ୍ଚାରଣରୁ ଦଳ ଆଗକୁ ଆହୁରି ଶାଣିତ ଆଉ ଶକ୍ତିଶାଳୀ ହେବ ବୋଲି ଜଣାପଡୁଛି । ଘର ଲୋକ ଆମର ସମସ୍ତେ ଏକଜୁଟ ହୋଇ ଅଛନ୍ତି । ଦୀର୍ଘ ୨୪ ବର୍ଷ ପରେ ଆମେ ବିରୋଧୀକୁ ଆସିଛୁ । ନବୀନ ଦାୟିତ୍ୱରେ ଥିବା ଯାଏଁ ଦଳ ଅଛି ଓ ରହିବ ବୋଲି ବିଜେଡି ନେତା ସୁଧୀର ସାମଲ କହିଛନ୍ତି। ବିଜେଡି ଏକ ଆଞ୍ଚଳିକ ଦଳ ଓ ଭଲ ଅବସ୍ଥାରେ ଅଛି । କୌଣସି ଆଞ୍ଚଳିକ ଦଳ ମାଟିରେ ମିଶିବା ନଜିର କୌଣସି ରାଜ୍ୟରେ ଦେଖିବାକୁ ମିଳିନାହିଁ ।ଓଡ଼ିଆ ସ୍ପଷ୍ଟ ନୁ୍ୟଜରୁ ଏହି ଖବର କପି ହୋଇଛି ।   ଏହାଛଡ଼ା ସେ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ଉତ୍ଥାନ ଓ ପତନ ରହିଛି । ରାଜ୍ୟର ସେବା ପାଇଁ ନବୀନ ବାବୁ କାମ ଚଳାଉଛନ୍ତି । ଶାସନରେ ଥାଇ ଆଙ୍ଗୁଳି ଦେଖାଇବା ସହଜ । ହେଲେ ବିରୋଧୀରେ ରହି ଆଙ୍ଗୁଠି ଉଠାଇବା କଷ୍ଟ । ଆମ ପ୍ରତି ବିମୁଖ ହୋଇ ଜନସାଧାରଣ ଆମକୁ ବିରୋଧୀ ଦଳରେ ବସାଇଛନ୍ତି, ଏହା ହିଁ ବଡ଼ ବିସ୍ଫୋରଣ । ଏହାଠାରୁ ବଡ଼ ବିସ୍ଫୋରଣ ଆଉ କିଛି ହୋଇନପାରେ । ବିଜେଡିର କିଛି ନେତାଙ୍କୁ ନେଇ ବିଜେପିରେ ମିଶାଇ ପାରନ୍ତି । ଯେଉଁମାନେ ବିଗତ ଦିନରେ ଦଳ ଛାଡିଛନ୍ତି, ସେମାନେ ପଛ ଧାଡିରେ ବସିଛନ୍ତି । ଯଦି ସେମାନଙ୍କର ପଛରେ ବସିବାକୁ ଇଚ୍ଛା ସେମାନେ ଦଳ ଦିଆଁ ମାରି ପଛରେ ବସି ପାରିବେ ।

Comments are closed, but trackbacks and pingbacks are open.